ଅଲଗା ହେବେ ଚହଲ ଓ ଧନଶ୍ରୀ!

0 69

ମୁମ୍ବାଇ, ୧୮ା୮: ଟିମ୍ ଇଣ୍ଡିଆର ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କର ହେବ ବିବାହ ବିଚ୍ଛେଦ । ଉଭୟ ପରସ୍ପର ଠାରୁ ହୋଇ ପାରନ୍ତି ଅଲଗା । ଆଜି ଚହଲ ଓ ଧନଶ୍ରୀ ସୋଶିଆଲ ମିଡିଆରେ ଏମିତି କିଛି ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଉଭୟଙ୍କ ସମ୍ପର୍କରେ ଫାଟ ଥିବା ଜଳଜଳ ହୋଇ ଦେଖାଯାଉଛି । ଧନଶ୍ରୀ ୨୦୨୦ ଡିସେମ୍ବରରେ ଚହଲଙ୍କୁ ବିବାହ କରିଥିଲେ । ସେବେଠାରୁ ସେ ତାଙ୍କ ଇନଷ୍ଟାଗ୍ରାମରେ ଚହଲ ସରନେମ ବ୍ୟବହାର କରୁଥିଲେ । ହେଲେ ଏବେ ହଠାତ୍ ସେ ନିଜ ନାଁରୁ ଚହଲ ସରନେମକୁ ହଟାଇ ଦେଇଛନ୍ତି । ସେହିପରି ୟୁଜି ମଧ୍ୟ ଇନଷ୍ଟାଗ୍ରାମରେ \”ନ୍ୟୁ ଲାଇଫ ଲୋଡିଂ\’ ବୋଲି ପୋଷ୍ଟ କରିଛନ୍ତି । ଦୁଇ ଜଣଙ୍କ ସୋଶାଲ ମିଡିଆରେ ଏପରି ହରକତ ଫ୍ୟାନମାନଙ୍କ ମଧ୍ୟରେ ଅନେକ ଆଶାଆଶଙ୍କା ସୃଷ୍ଟି କରିଛି । ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ଠାକ ନଥିବା ମଧ୍ୟ ଅନେକ ଲୋକ ମତ ଦେବା ଆରମ୍ଭ କଲେଣି । ଏସବୁ ଭିତରେ ଧନଶ୍ରୀ ନିଜର ଏକାଧିକ ଫଟୋ ଇନଷ୍ଟାରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି \”ଜଣେ ରାଜକୁମାରୀ ସବୁବେଳେ ତା\’ର ସବୁ ଯନ୍ତ୍ରଣାକୁ ନିଜର ଶକ୍ତିରେ ପରିଣତ କରିପାରେ । ଚହଲ ଦମ୍ପତି କାହିଁକି ଏମିତି ପୋଷ୍ଟ ସୋଶିଆଲ ମିଡିଆରେ କଲେ, ତା\’କୁ ନେଇ ଲୋକମାନେ ବେଶ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଜଣେ ୟୁଜର ଧନଶ୍ରୀଙ୍କୁ ସମ୍ବୋଧନ କରି ଲେଖିଛନ୍ତି, ଆପଣ ଓ ୟୁଜି ଭାଇଙ୍କ ମଧ୍ୟରେ କ\’ଣ ଚାଲିଛି? ୟୁଜି ଭାଇଙ୍କର କ\’ଣ ହୋଇଛି? ସେ କାହିଁକି ନୂଆ ଜୀବନ ଷ୍ଟାଟସ ରଖିଛନ୍ତି ବୋଲି ଆଉ ଜଣେ ୟୁଜର ପ୍ରଶ୍ନ କରିଛନ୍ତି । ୟୁଜବେନ୍ଦର ଚହଲ ମୁମ୍ବାଇରେ ଦାନ୍ତ ଡାକ୍ତର ଓ କୋରିଗ୍ରାଫର ଭାବେ କାମ କରୁଥିବା ଧନଶ୍ରୀ ବର୍ମାଙ୍କୁ ୨୦୨୦ ଡିସେମ୍ବର ମାସରେ ବିବାହ କରିଥିଲେ । ଗୁରୁଗ୍ରାମରେ ଏହି ବାହାଘର ହୋଇଥିଲା । ଏହାର କିଛି ମାସ ପୂର୍ବରୁ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ । ଏହାପରେ ଏହି ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା । କିନ୍ତୁ ବାହାଘରର ପ୍ରାୟ ଦୁଇ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖାଯାଇଥିବା କୁହାଯାଉଛି ।

Leave A Reply

Your email address will not be published.