ତାଇୱାନ୍ ଚାରିପାଖେ ବୁଲୁଛି ଚୀନ୍‌ର ୨୧ଟି ବିମାନ ଓ ୫ଟି ଯୁଦ୍ଧପୋତ

0 57

ତାଇପେଇ, ୨୦ା୮: ଚୀନ୍‌ର ୨୧ ଲଢୁଆ ବିମାନ ଏବଂ ୫ଟି ଯୁଦ୍ଧପୋତ ତାଇୱାନ୍ ଚାରିପାଖରେ ଘୂରି ବୁଲୁଥିବା କଥା ତାଇୱାନ୍ ପ୍ରତିରକ୍ଷା ବିଭାଗ କହିବା ସହ ଆହୁରି ମଧ୍ୟ କହିଛି ଯେ, ସେଥିରୁ ୮ଟି ଲଢୁଆ ବିମାନ “ତାଇୱାନ୍ ପ୍ରଣାଳୀ’ର ମଧ୍ୟ-ରେଖା ଉଲ୍ଲଂଘନ କରିଛି । ଶୁକ୍ରବାର ଅପରାହ୍ଣ ୫ଟା ସୁଦ୍ଧା ଦେଶ ଚତୁଃପାଶ୍ୱର୍ରେ ଚୀନ୍ ସେନାର ୧୭ଟି ଲଢୁଆ ବିମାନ ଏବଂ ୫ଟି ଯୁଦ୍ଧପୋତ ଘୂରି ବୁଲୁଥିବା ଚିହ୍ନଟ କରାଯାଇଛି ବୋଲି ତାଇୱାନ୍‌ର ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଥିବା କଥା “ତାଇୱାନ୍ ନିଉଜ୍‌’ ରିପୋର୍ଟ କରିଛି । ତାଇୱାନ୍ ସେନା କହିଛି, “ପିପୁଲ୍‌ସ୍ ଲିବରେସନ୍ ଆର୍ମି ବାୟୁସେନାର ୧୭ଟି ବିମାନରୁ ୮ଟି ତାଇୱାନ୍ ପ୍ରଣାଳୀରେ ଥିବା ମଧ୍ୟ- ରେଖା ଅତିକ୍ରମ କରିଛି । ବିମାନଗୁଡ଼ିକ ମଧ୍ୟରୁ ୪ଟି ହେଉଛି “ଜିଆନ୍ ଜେଏଚ୍‌-୭ ଲଢୁଆ ବୋମାବର୍ଷଣକାରୀ, ୨ଟି ସୁଖୋଇ-୩୦ ଲଢୁଆବିମାନ ଏବଂ ୨ଟି ଶେଙ୍ଗ୍ୟାଙ୍ଗ୍ ଜେ-୧୧ ଜେଟ୍ । “ଜେଏଚ୍‌୭’ ଏବଂ “ସୁ-୩୦’ ଜେଟ୍ ମଧ୍ୟ-ରେଖାର ଉତ୍ତର ପାଶ୍ୱର୍ ଅତିକ୍ରମ କରିଥିବା ବେଳେ ୨ଟି ଯାକ “ଜେ୧୧ ଲଢୁଆ ବିମାନ’ ଏହାର ଦକ୍ଷିଣ ପାଶ୍ୱର୍ ଅତିକ୍ରମ କରିଛି । ଚୀନ୍‌ର କାର୍ଯ୍ୟକଳାପ ତଦାରଖ କରିବା ଏବଂ ଆବଶ୍ୟକ ସ୍ଥଳେ ପ୍ରତ୍ୟୁତ୍ତର ଦେବା ଲାଗି “କମ୍ବାଟ୍‌ ଏୟାର ପାଟ୍ରୋଲ୍‌’, ନୌସେନା ପୋତ ଏବଂ “ଏୟାର ଡିଫେନ୍‌ସ୍ ସିଷ୍ଟମ୍‌’ ମୁତୟନ କରାଯାଇଥିବା କଥା ତାଇୱାନ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଗତ କିଛି ଦିନ ହେବ ତାଇୱାନ୍ ସେନା ତାଇୱାନ୍ ପ୍ରଣାଳୀ ଉପରେ ୫୧ଟି ଚୀନା ଲଢୁଆ ବିମାନ ଏବଂ ଗୋଟିଏ ଚୀନା ଗାଇଡେଡ୍‌-ମିସାଇଲ୍ ଡେଷ୍ଟ୍ରୟର ଚିହ୍ନଟ କରିସାରିଲଣି ।

Leave A Reply

Your email address will not be published.