୨୪ ମହାସମର ପାଇଁ ବିଜେଡିର ପ୍ରସ୍ତୁତି ଗୁରୁମନ୍ତ୍ର ଦେବେ ସୁପ୍ରିମୋ ନବୀନ

0 68

ଭୁବନେଶ୍ୱର, ୨୪ା୮(ଡିକେ ନ୍ୟୁଜ୍‌): ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା ପରେ ୨୦୨୪ ମହାସମର ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ବିଧାୟକ-ମନ୍ତ୍ରୀଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ । ଏବେ ଦଳରେ ଚାଲିଛି ସାଂଗଠନିକ ନବକଳେବର । ୨୦୨୪ ଲଢ଼େଇକୁ ଦୃଷ୍ଟିରେ ରଖି ଆସନ୍ତା ୨୮ରେ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ବିଜେଡିର ପ୍ରଶିକ୍ଷଣ ଶିବିର । ନିଜେ ନବୀନ ଦେବେ ଗୁରୁମନ୍ତ୍ର । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜାନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ପରାମର୍ଶ ଦେବେ । ଏଥିପାଇଁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ନେଇ ଖସଡ଼ା ପ୍ରସ୍ତୁତ ହୋଇଛି । ସବୁ ବିଧାୟକ ଓ ମନ୍ତ୍ରୀଙ୍କୁ ଦିଆଯିବ ସମସ୍ତ ଯୋଜନାର ତାଲିକା । ଗ୍ରାଉଣ୍ଡ୍‌ରେ ଯୋଜନା କାର୍ଯ୍ୟକାରୀ କରିବାରେ କେଉଁଠି ସମସ୍ୟା ରହୁଛି? ନିଜ ନିଜ ନିର୍ବାଚନ ମଣ୍ଡଳୀର କଣ ରହୁଛି ଅସୁବିଧା ବିଧାୟକ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରି ଫିଡ୍‌ବ୍ୟାକ୍ ଦେବେ ବିଜେଡି ସୁପ୍ରିମୋ । ଏଥିସହିତ ନିଜନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍କୁଲ୍‌ ରୂପାନ୍ତରୀକରଣ ହେଉ କି ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଏହାକୁ କିଭଳି ଆହୁରି ତ୍ୱରାନ୍ୱିତ କରାଯିବ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ । ଲୋକଙ୍କ ସହିତ ଯୋଡି ହେବା ପାଇଁ ବିଧାୟକ ଓ ମନ୍ତ୍ରୀଙ୍କୁ ପରାମର୍ଶ ଦେଇପାରନ୍ତି । ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ସେମାନଙ୍କ ସମସ୍ୟାରେ ସାମିଲ ହେବାକୁ ନବୀନ ପରାମର୍ଶ ଦେଇପାରନ୍ତି । ୨୦୨୪ ପାଇଁ ଏହା ଭିତରେ ସାଂଗଠନିକ ନବକଳେବର ଚାଲିଛି । ପ୍ରଥମେ ବରିଷ୍ଠ ପର୍ଯ୍ୟବେକ୍ଷକ ପରେ ଯୁବ ଓ ଛାତ୍ର ସଂଗଠନକୁ ପୁନର୍ଗଠନ କରାଯାଇଛି । ଆଗକୁ ସଂଗଠନକୁ ତୃଣମୂଳ ସ୍ତରରେ କିଭଳି ମଜଭୂତ କରାଯିବ ସେଥିପାଇଁ ପରାମର୍ଶ ଦେଇପାରନ୍ତି । ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଜାତୀୟ ସ୍ତରରେ ହେଉଥିବା ବିଭିନ୍ନ ସର୍ଭେରୁ ଜଣାପଡିଛି । ତେଣୁ ନିଜ ବିଧାୟକ ଓ ମନ୍ତ୍ରୀଙ୍କ ଲୋକପ୍ରିୟତା ବଜାୟ ରଖିବା ପାଇଁ ନବୀନ କ’ଣ ସବୁ ଟିପ୍ସ ଦେବେ ତାଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.