ହୀରାକୁଦକୁ ନାହିଁ ବିପଦ

0 69

ଭୁବନେଶ୍ୱର, ୨୪ା୮(ଡିକେ ନ୍ୟୁଜ୍‌): ହୀରାକୁଦ ଡ୍ୟାମର ସ୍ଥିତି ନେଇ ପୁଣି ଥରେ ସୃଷ୍ଟି ହୋଇ ପ୍ରଶ୍ନବାଚୀ । ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ପରେ ବଢ଼ିଲା ଚର୍ଚ୍ଚା । ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ରହିଛି ଫାଟ । ଉଭୟ ବାମ ଓ ଦକ୍ଷିଣ ସ୍ପିଲେୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲରେ ଫାଟ ରହିଛି । ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ଡ୍ୟାମ୍ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛି । ଅନ୍ୟପକ୍ଷରେ ହୀରାକୁଦ ବନ୍ଦର ସୁରକ୍ଷାକୁ ନେଇ ଉଠୁଥିବା ଚର୍ଚ୍ଚାରେ ପୂଣ୍ଣ୍ୟଛେଦ ପକାଇଛନ୍ତି ମହାନଦୀ ବେସିନ୍‌ ମୁଖ୍ୟଯନ୍ତ୍ରୀ । ବନ୍ଧ ପାଇଁ ଏବେ କୌଣ ବିପଦ ନାହିଁ । ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ହେଉଥିବା ନିୟମିତ ଚିଠି ଆଦାନ ପ୍ରଦାନ ପ୍ରକ୍ରିୟାକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରାଯାଉଛି । ନଦୀ ବନ୍ଧର ଯାଞ୍ଚ ପାଇଁ ଡ୍ୟାମ୍ ସେପ୍ଟି ରିଭ୍ୟୁ ପ୍ୟାନେଲ୍‌କୁ କରାଯାଇଥିବା ଅନୁରୋଧ ଉପରେ ଡ୍ୟାମ୍ ସେପ୍ଟି ମୁଖ୍ୟଯନ୍ତ୍ରୀ କିଛି ତଥ୍ୟ ମାଗିଛନ୍ତି । ମହାନଦୀ ବେସିନ୍ ପକ୍ଷରୁ ଏହି ସବୁ ତଥ୍ୟ ଉପସ୍ଥାପନା କରାଯିବା ପରେ ଡିଏସ୍‌ଆର୍‌ପି ଟିମ୍ ଯାଞ୍ଚ ପାଇଁ ଅନୁମତି ଦେବେ । ୧୯୯୫ ପରେ ନଦୀ ବନ୍ଧରେ ଆଉ କୌଣସି ଫାଟ ଦେଖା ଦେଇନାହିଁ । ତେଣୁ ଯାଞ୍ଚର ଆବଶ୍ୟକତା ପଡିନଥିଲା । ତେବେ ୨୦୧୫ ଓ ୨୦୧୬ରେ ମୁମ୍ବାଇର ଏକ ବିଶେଷଜ୍ଞ ଟିମ୍ ଜରିଆରେ ସ୍ପିଲ୍‌ୱେ ଓ ଉଭୟ ପାଶ୍ୱର୍ ଫାଟକରେ ଯାଞ୍ଚ କରାଯାଇଥିଲା । ସେ ସମୟରେ ଫାଟ ନୁହେଁ ବନ୍ଧରେ ଚୂନ ଖସିଥିବା ଜଣାପଡିଥିଲା । ୧୯୯୯ରେ ଶେଷ ଥର ପାଇଁ ରୋବୋର୍ଟ ମାଧ୍ୟମରେ ଭିଡିଓଗ୍ରାଫି କରାଯାଇଥିଲା । ୨୦୨୦ରେ ଡ୍ୟାମ୍‌ ସେପ୍ଟି ରିଭ୍ୟୁ ପ୍ୟାନେଲ୍ ହୀରକୁଦକୁ ପରିଦର୍ଶନ କରିଥିଲେ । ସେ ସମୟରେ ଡିଏସ୍‌ଆର୍‌ପି ବନ୍ଧର ଅପରେସନ୍ ଗ୍ୟାଲେରିରେ ଫାଟ, ଫାଉଣ୍ଡେସନ୍ ସ୍ଲୁଇଲସ୍ ବ୍ୟାରେଲ୍ ଏବଂ ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ର ଅଧିକ ଅନୁଧ୍ୟାନ ପାଇଁ ପ୍ରସ୍ତାବ ଦେଇଥିଲେ । ବନ୍ଧରେ ଥିବା ଫଟୋ ମ୍ୟାପିଂ କରି ମରାମତି ସମର୍କିତ ରେକର୍ଡ ରଖିବାକୁ ପରମର୍ଶ ଦେଇଛନ୍ତି ନଦୀବନ୍ଧ ସୁରକ୍ଷା ମୁଖ୍ୟଯନ୍ତ୍ରୀ ଶିବାଶିଷ ପାଢ଼ୀ । ପ୍ରତି ୫ବର୍ଷରେ ଥରେ ସର୍ଭେ ମାଧ୍ୟମରେ ଫାଟ ସମ୍ପର୍କରେ ଯାଞ୍ଚ କରି ରେକର୍ଡ ରଖିବା ପାଇଁ କୁହାଯାଇଛି । ତେବେ ହୀରକୁଦ ଡ୍ୟାମ୍ ପ୍ରତି ବିପଦ ନାହିଁ । ସୁରକ୍ଷା ଯାଞ୍ଚ ଏକ ନିୟମିତ ପକ୍ରିୟା । ଡ୍ୟାମ୍‌ରେ ଛୋଟଛୋଟ ଫାଟ ହୁଏ ତାକୁ ମରାମତି କରାଯାଏ ବୋଲି ଜଳସମ୍ପଦ ବିଭାଗର ପୂର୍ବତନ ସର୍ବୋଚ୍ଚଯନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.