ସୋନାଲୀ ଫୋଗଟଙ୍କୁ କରାଯାଇଛି ହତ୍ୟା! ସିବିଆଇ ତଦନ୍ତ ଦାବି କଲେ ପରିବାର

0 68

ନୂଆଦିଲ୍ଳୀ, ୨୫ା୮: ଟିକ୍‌ଟକ୍ ଷ୍ଟାର୍ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଆସିଛି, ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକେ । ଏ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ସେମାନେ । ଏହାଛଡ଼ା ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି । ସୋନାଲୀଙ୍କ ଭଉଣୀ ରମନଙ୍କ କହିବା ହେଲା, ସୋନାଲୀ ବହୁତ ଫିଟ୍ ଥିଲେ, ତାଙ୍କୁ ହାର୍ଟ ଆଟାକ୍ ଆସିପାରିବ ନାହିଁ । ରମନ କହିଛନ୍ତି, ସୋନାଲୀଙ୍କ ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଛି ବୋଲି ତାଙ୍କ ପରିବାର କେବେ ବିଶ୍ୱାସ କରିବ ନାହିଁ । କାହିଁକି ନା, ତାଙ୍କର କୌଣସି ମେଡିକାଲ ସମସ୍ୟା ନ ଥିଲା । ସୋନାଲୀ ଫୋଗଟଙ୍କର ଆଉ ଜଣେ ଭଉଣୀ ରୂପେଶ କହିଛନ୍ତି, ମୃତ୍ୟୁ ପୂର୍ବରୁ ସୋନାଲୀ ତାଙ୍କୁ କଲ୍ କରିଥିଲେ । ସେ ହ୍ୱାଟସ୍‌ଆପରେ କଥା ହେବାକୁ ଚାହୁଁଥିଲେ ଏବଂ କହୁଥିଲେ କି, ତାଙ୍କୁ ସମସ୍ୟା ହେଉଛି । ଏହାପରେ ସେ ଫୋନ୍ କାଟି ଦେଇଥିଲେ ଏବଂ ଆଉ ଫୋନ୍ ଉଠାଇ ନ ଥିଲେ । ସୋନାଲୀଙ୍କ ଭଉଣୀଙ୍କ କହିବା ହେଲା, ମୃତ୍ୟୁର ଦିନକ ପୂର୍ବରୁ ସୋନାଲୀଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା । ସେ କହିଥିଲେ ଯେ ସେ ଠିକ୍ ଅଛନ୍ତି । ଶୁଟିଂ ପାଇଁ ଯାଉଛନ୍ତି । ୨୭ ତାରିଖରେ ଫେରି ଆସିବେ । ପୁଣି ସୋମବାର ସକାଳେ ସୋନାଲୀ କଲ୍ କରିଥିଲେ ଏବଂ ମା\’ଙ୍କ ସହିତ କଥା ହୋଇଥିଲେ । ଏହି ସମୟରେ ସୋନାଲୀ କହିଥିଲେ କି, ଖାଦ୍ୟ ଖାଇବା ପରେ ତାଙ୍କ ଶରୀରରେ କିଛି ସମସ୍ୟା ହେଉଛି । ଲାଗୁଛି, ଖାଦ୍ୟରେ ଏପଟ ସେପଟ କରାଯାଇଛି । ବୋଧହୁଏ କେହି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚୁଛି । କହି ରଖୁଛୁ, ସୋନାଲୀ ଫୋଗଟଙ୍କର ଗୋଆରେ ନିଧନ ହୋଇଛି । ପୋଲିସ ମୁତାବକ, ଗତ ସୋମବାର ରାତିରେ ସେ ଏଠାରେ ଏକ ରେଷ୍ଟୁରାଣ୍ଟରେ ଥିଲେ । ଏହି ସମୟରେ ସେ ଅଶାନ୍ତ ଅନୁଭବ କରିଥିଲେ, ଯାହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.