ଅକ୍ଟୋବର ୧୨ରୁ ଭାରତରେ ୫ଜି ସେବା

0 70

ନୂଆଦିଲ୍ଲୀ : ଦେଶରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ୫-ଜି ସେବା । ଆସନ୍ତା ଅକ୍ଟୋବର ୧୨ ତାରିଖରୁ ଭାରତରେ ୫ଜି ସେବାର ଶୁଭାରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ କିଛି ସ୍ଥାନରେ ଏହାର ସେବା ଯୋଗାଇ ଦିଆଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ପରେ ଦେଶର ବିଭିନ୍ନ ସହରକୁ ୫ଜି ସେବା ଯୋଗାଇବାର ବ୍ୟବସ୍ଥା କରାଯିବ । ଯାହା ଫଳରେ ଇଣ୍ଟରନେଟ୍‌ ଆହୁରି ଦ୍ରୁତଗତିରେ ଚାଲିବ । ଏ ନେଇ ପ୍ରେସ କନଫରେନ୍ସ କରି ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, \”ଟେଲିକମ୍ କମ୍ପାନୀ ମାନେ ଦ୍ରୁତ ଗତିରେ ୫ଜି କାର୍ଯ୍ୟ ଜାରି ରଖିଛନ୍ତି । ଇନଷ୍ଟଲେସନ୍‌ ପ୍ରକ୍ରିୟା ଶେଷ ହୋଇସାରିଲାଣି । କିଛି ବୈଷୟିକ କାର୍ଯ୍ୟ ବାକି ଅଛି । ତାହା ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଅକ୍ଟୋବର ୧୨ ତାରିଖ ସୁଦ୍ଧା ଦେଶରେ ୫ଜି ସେବାର ଶୁଭାରମ୍ଭ କରିବାକୁ ଆଶାବାଦୀ ଅଛୁ\’ । ଅଶ୍ୱିନୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ଦୁଇରୁ ୩ ବର୍ଷ ମଧ୍ୟରେ ଦେଶର କୋଣ ଅନୁକୋଣରେ ୫ଜି ସେବା ପହଞ୍ଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ । ଗ୍ରାହକଙ୍କୁ କିଭଳି ଭାବେ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ସେ ନେଇ ଯୋଜନା କରାଯାଇଛି । ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳକୁ ୫ଜି ସେବା ଯୋଗାଇଦେବାକୁ ଫୋକସ ରଖାଯାଇଛି’ ।

Leave A Reply

Your email address will not be published.