୩୩୪ ଅଣଅଧ୍ୟାପକଙ୍କୁ ନବୀନଙ୍କ ଗୁରୁମନ୍ତ୍ର ଗୁଣାତ୍ମକ ଶିକ୍ଷା ସହ ଖେଳକୁଦକୁ ଗୁରୁତ୍ୱ ଦିଅ

0 79

ଭୁବନେଶ୍ୱର, ୨୫ା୮ (ଡିକେ ନ୍ୟୁଜ୍‌): ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆଜି ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ସେମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉଚ୍ଚଶିକ୍ଷାର ବିକାଶ ଉପରେ ରାଜ୍ୟ ସରକାର ଫୋକସ୍‌ କରିଛନ୍ତି । ତେଣୁ ଉଚ୍ଚଶିକ୍ଷାର ସର୍ବାଙ୍ଗୀନ ବିକାଶ ପାଇଁ ନବନିଯୁକ୍ତ ଅଣଅଧ୍ୟାପକମାନଙ୍କୁ ପରାମର୍ଶ ଦେବା ସହିତ ଗୁଣାତ୍ମକ ଶିକ୍ଷା, ଶୈକ୍ଷିକ ପରିବେଶ ସହ ଖେଳକୁଦକୁ ଗୁରୁତ୍ୱ ଦେବା ପାଇ କହିଛନ୍ତି । ଛାତ୍ର-ଶିକ୍ଷକ ଅନୁପାତ ବଢ଼ାଇବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ତେଣୁ ପିଲାଙ୍କୁ ବୈଜ୍ଞାନିକ ପଦ୍ଧତିରେ ଅଧ୍ୟୟନ କରିବାକୁ ସେ ଆହ୍ୱାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ନିଯୁକ୍ତି ପାଇଥିବା ୩୩୪ ଅଣଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ୨୯୧ଜଣ ବିଜ୍ଞାନଗାର ସହାୟକ ତଥା ଭଣ୍ଡାର ରକ୍ଷକ(ଲ୍ୟାବ ଆସିଷ୍ଟାଣ୍ଟ-କମ୍‌ ଷ୍ଟୋର କିପର), ୨୫ ଗ୍ରନ୍ଥାଗାରିକ (ଜୁନିୟର ଲାଇବ୍ରେରୀଆନ୍‌) ଏବଂ ୧୮ଜଣ ଶାରୀରିକ ଶିକ୍ଷା ପ୍ରଶିକ୍ଷକ(ପିଇଟି) ଅଛନ୍ତି । ଏମାନଙ୍କୁ ଆଜି ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।

Leave A Reply

Your email address will not be published.