ଭୁବନେଶ୍ୱର, ରାଉରକେଲାରେ ହେବ ହକି ପ୍ରୋ ଲିଗ୍

0 75

ଭୁବନେଶ୍ୱର, ୨୪ା୮: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ହ କି ପ୍ରତିଯୋଗିତା ଭୁବନେଶ୍ୱର ସହ ରାଉରକେଲାରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ରାଉରକେଲାକୁ ଭୁବନେଶ୍ୱର ପରେ ଦ୍ୱିତୀୟ ଭାରତୀୟ ଆୟୋଜକ ସହର ଭାବେ ତା’ର ସୂଚୀରେ ସାମିଲ କରିଛି । ଉଭୟ ଭେନୁ୍ୟରେ ପ୍ରୋ ଲିଗ୍ର ମୋଟ ୧୨ ମ୍ୟାଚ୍ଆ ୟୋଜିତ ହେବ । ଯାହା ଓଡ଼ିଶା ହକି ପାଇଁ ଏକ ବଡ଼ ଖୁସି ଖବର ହୋଇଛି । ଜାନୁଆରି, ୨୦୨୩ରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପର୍ବ ସ୍ୱରୂପ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ବିଶ୍ୱକପ୍ ମଧ୍ୟ ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବ ।

Leave A Reply

Your email address will not be published.