ଜ୍ଞାନବାପୀ ମସଜିଦ ମାମଲା, ସେପ୍ଟେମ୍ବର ୧୨ରେ ଶୁଣାଣ

0 65

ବାରାଣସୀ: ଶୃଙ୍ଗାର ଗୌରୀ ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ପୂରା ହୋଇଛି । ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖାଯାଇଛି । ଏବେ ସେପ୍ଟେମ୍ବର
୧୨ ତାରିଖରେ ରାୟ ପ୍ରକାଶ ପାଇବ । ସେହି ଦିନ ଏହାର ନିଷ୍ପତ୍ତି ନିଆଯିବ ଯେ ମାମଲାର ଆଗକୁ ଶୁଣାଣି ଜାରି ରହିବ କି ନାହିଁ । ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ବାରାଣସୀର ଜିଲ୍ଲା ଜଜଙ୍କ ଅଦାଲତ କେସର ବୈଧତା ଉପରେ ଶୁଣାଣି କରୁଛନ୍ତି । ଉଭୟ ହିନ୍ଦୁ ଏବଂ ମୁସଲିମ ପକ୍ଷ ନିଜ ନିଜର ଯୁକ୍ତି ଏବଂ ଦଲିଲ୍ ରଖି ସାରିଛନ୍ତି । ଜ୍ଞାନବାପୀ ମାମଲାର ଶୁଣାଣି ସମୟରେ ଔରଙ୍ଗଜେବଙ୍କ ମଧ୍ୟ ଏଣ୍ଟ୍ରି ହୋଇଥିଲା । କାଗଜ ମଗା ଯିବାରୁ ମସଜିଦ ପକ୍ଷ ଦାବି କରିଛନ୍ତି ଯେ, ମସଜିଦର ଜମି ଔରଙ୍ଗଜେବଙ୍କ ସଂପତ୍ତି । ମାମଲାରେ ମୁସଲିମ ପକ୍ଷଙ୍କ ତରଫରୁ ଦଲିଲ୍ ପୂରା ହେବା ପରେ ଆଜି ହିନ୍ଦୁ ପକ୍ଷ ଆପତ୍ତି ଉପରେ ନିଜର ଜବାବ ରଖିବ । ଏହା ପୂର୍ବରୁ ମସଜିଦ ପକ୍ଷଙ୍କ ଦ୍ୱାର ବାରମ୍ବାର ତାରିଖ ମଗାଯିବାରୁ ବାରାଣସୀର ଜିଲ୍ଲା ଜଜ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପୂର୍ବରୁ ଜ୍ଞାନବାପୀ ମସଜିଦର ସର୍ଭେ କରାଯାଇ କୋର୍ଟରେ ବିସ୍ତୃତ ରିପୋର୍ଟ ଦିଆଯାଇଥିଲା । ଏହା ପରେ ଅଞ୍ଜୁମନ ଇନ୍ତଜାମିଆ ମସାଜିଦ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ମୁସଲିମ ପକ୍ଷଙ୍କ ବିଶେଷ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଜିଲ୍ଲା ଜଜଙ୍କ ଅଦାଲତରେ ମାମଲାର ଶୁଣାଣି ଚାଲିଛି । ମେ ୨୬ ତାରିଖରୁ ଶୁଣାଣିରେ ଚାରୋଟି ତିଥିରେ ସିଭିଲ ପ୍ରକ୍ରିୟା ସଂହିତା ଆଦେଶ ୦୭ ନିୟମ ୧୧ ଆଧାରରେ କେସ୍ ଖାରଜ କରିବାକୁ ଅଞ୍ଜୁମନ ଇନ୍ତଜାମିଆ ମସାଜିଦଙ୍କ ପକ୍ଷରୁ ଦାବି କରାଯାଇଛି । ଏହା ପରେ ହିନ୍ଦୁ ପକ୍ଷଙ୍କ ତରଫରୁ ବରିଷ୍ଠ ଓକିଲ ହରିଶଙ୍କର ଜୈନ ଏବଂ ଅନ୍ୟ ଓକିଲର ନିଜ ନିଜର ଯୁକ୍ତି ରଖିଛନ୍ତି ।

Leave A Reply

Your email address will not be published.