ଅଟା ରପ୍ତାନିରେ ଲାଗିଲା କଟକଣା

0 67

ନୂଆଦିଲ୍ଲୀ ୨୬ ।୦୮: ଗହମ କିମ୍ବା ମେସ୍‌ଲିନ ଅଟାର ରପ୍ତାନି ଉପରେ କେନ୍ଦ୍ର ସରକାର ଗୁରୁବାର କଟକଣା ଲଗାଇଛନ୍ତି । ଏହି ସାମଗ୍ରିର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ଦିଗରେ ଏଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି । ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ, ରୁଷ ଏବଂ ୟୁକ୍ରେନ ଗହମର ଏକ ପ୍ରମୁଖ ରପ୍ତାନିକାରି ଦେଶ । ଏମାନଙ୍କ ମଧ୍ୟରେ ଯୁଦ୍ଧ ଯୋଗୁ ଏବେ ଗହମ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି । ଫଳରେ ଭାରତୀୟ ଗହମର ଚାହିଦା ବଢ଼ିଛି । ଏହା ସହ ଘରୋଇ ବଜାରରେ ଗହମର ଦର ମଧ୍ୟ ବଢ଼ିଛି । ଦେଶର ଖାଦ୍ୟ ନିରାପତ୍ତାକୁ ନଜରରେ ରଖି କେନ୍ଦ୍ର ସରକାର ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଫଳରେ ଦେଶର ଅଟା କିଣିବାକୁ ବିଦେଶ ବଜାର ଅର୍ଡର ବଢ଼ିଯାଇଥିଲା । ଫଳରେ ଦେଶ ମଧ୍ୟରେ ଅଟା ଦର ଲଗାତାର ବୃଦ୍ଧି ହେଉଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଏଭଳି କଟକଣା ଲଗାଇଛନ୍ତି ।

Leave A Reply

Your email address will not be published.