ଆଜି ଏଏସଓ ପରୀକ୍ଷା

0 72

ଭୁବନେଶ୍ୱର,୨୬ା୮(ଡିକେ ନ୍ୟୁଜ): ଆସନ୍ତାକାଲି (ଶନିବାର)ଏଏସଓର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୩ଟି ଜୋନର ୪୮୨ ସେଣ୍ଟରରେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ଟି ସିଫ୍ଟରେ ହେବ ପରୀକ୍ଷା । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ୱିତୀୟ ପର୍ଯ୍ୟାୟରେ ମେଣ୍ଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଭାଷା ଓଡ଼ିଆ ଆଉ ଇଂରାଜୀ ବିଷୟ ରହିଛି । ସମସ୍ତ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ । ସୂଚନାଯୋଗ୍ୟ ଯେ ଏଏସଓର ଲିଖିତ ପରୀକ୍ଷା ଗତ ୨୧ ତାରିଖରେ ହେବାର ଥିଲା । ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଏହାକୁ ଘୁଞ୍ଚାଯାଇଥିଲା । ଆସନ୍ତାକାଲି ପରୀକ୍ଷା ପାଇଁ ମୋଟ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ସେଣ୍ଟର ହୋଇଥିବାବେଳେ କେବଳ ଭୁବନେଶ୍ୱରରେ ୧୨୯ଟି ଶିକ୍ଷାନୁଷ୍ଠାନ ସାମିଲ ରହିଛି ।

Leave A Reply

Your email address will not be published.