ଚଳିତ ବନ୍ୟାରେ ୧.୨୦ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

0 76

ଭୁବନେଶ୍ୱର, ୩୦ା୮(ଡିକେ ନ୍ୟୁଜ): ରାଜ୍ୟରେ କେତେ କ୍ଷୟକ୍ଷତି କରିଛି ବନ୍ୟା । ଏନେଇ ଆସିଛି ବନ୍ୟା କ୍ଷୟକ୍ଷତି ରିପୋର୍ଟ । ଜିଲ୍ଲା ପ୍ରଶାସନ ରାଜସ୍ୱ ବିଭାଗକୁ ପ୍ରଦାନ କରିଥିବା କ୍ଷୟକ୍ଷତି ରିପୋର୍ଟ ଅନୁସାରେ ଚଳିତ ବନ୍ୟା ଓ ବର୍ଷାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ଚଳିତ ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ବନ୍ୟା ଓ ବର୍ଷାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଥିବା ବେଳେ ୧୦ଟି ଜିଲ୍ଲା ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି । ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଛି । ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାକୁ ଯଥାଶୀଘ୍ର ସଅଳ କିସମ ବିହନ, ସେପ୍ଟେମ୍ବର ସୁଦ୍ଧା ଡାଲିଜାତୀୟ, ଚିନାବାଦାମ ବିହନ ଯୋଗାଇବା ପାଇଁ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖରିଫ ଫସଲ, ପ୍ରାଣୀଧନ, ମତ୍ସ୍ୟ ସମ୍ପଦର ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ବେଳେ ଏହା କୁହାଯାଇଛି । ଏଥିରେ ହାଇବ୍ରିଡ ପରିବା, ଫୁଲକୋବି, ବନ୍ଧାକୋବି ବିହନ ଯୋଗାଇ ଦିଆଯିବା ନେଇ ଗୁରୁତ୍ୱ ଦେଇଥିଲେ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ୍‌ଶୀଘ୍ର ଫସଲ ବୀମା ଯୋଗାଇବା ପାଇଁ ସମ୍ପୃକ୍ତ କମ୍ପାନିମାନଙ୍କ ସହିତ ଆଲୋଚନା ଲାଗି ଅଧିକାରୀଙ୍କୁ କୁହାଯାଇଥିଲା ।

Leave A Reply

Your email address will not be published.