ନବୀନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ‘ଭାରତରତ୍ନ ପାଇଁ ନବୀନ ଯୋଗ୍ୟ’

0 64

ନୂଆଦିଲ୍ଲୀ, ୪ା୯(ଡିକେ ନ୍ୟୁଜ): ଦୀର୍ଘ ୨୫ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ନିଜକୁ ଜନସେବାରେ ନିୟୋଜିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବୀନଙ୍କୁ ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍‌.ଭି.ରମନ୍ନା ଏହି ସମ୍ମାନ ପ୍ରଦାନ କରିଛନ୍ତି । ତାଙ୍କ ନେତୃତ୍ୱରେ ବିଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ଦ୍ରୁତ ବିକାଶ ସମ୍ଭବ ହୋଇପାରିଛି । ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢେ଼ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲ୍କୁ ସାରା ବିଶ୍ୱ
ପ୍ରଶଂସା କରୁଛି । ପିଡିଏସ୍‌ ବ୍ୟବସ୍ଥାରେ ଓଡ଼ିଶାକୁ ତୃତୀୟ ବୃହତ୍ତମ ଯୋଗଦାନକାରୀ ଭାବେ ପ୍ରସ୍ତୁତ କରିବା, ରାଜ୍ୟବାସୀଙ୍କ ପାଇଁ ଗୃହ ସୁରକ୍ଷା ନିଶ୍ଚିତ କରିବା, ମିଶନ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିବା, କାଳିଆ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିବା, ଓଡ଼ିଶାକୁ ୫-ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା, ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ହବ୍‌ରେ ପରିଣତ କରିବା, ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆ ଯୁବକଙ୍କୁ ସଶକ୍ତ କରିବା, ଆଦିବାସୀଙ୍କ ବିକାଶ କରିବା, ଦେଶର ଏକ ନମ୍ବର ରାଜ୍ୟ ଭାବେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଆଦିବାସୀଙ୍କୁ ଜମି ଅଧିକାର ପ୍ରଦାନ କରିବା, ୫ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା କରିବା, ବିଜୁ ପକ୍କା ଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା, ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳର ବାସହରାଙ୍କୁ ଜାଗା ମିଶନ୍‌ ଜରିଆରେ ଜମି ଅଧିକାର ପ୍ରଦାନ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନବୀନ ନେଇଛନ୍ତି । ରାଜ୍ୟରେ ·ଷୀଙ୍କ ଆୟ ବଢ଼ିଛି, ବ୍ୟାପକ ଶିଳ୍ପାୟନ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସମସ୍ତଙ୍କୁ ଚିକିତ୍ସା ଯୋଗାଇଛନ୍ତି । ୫-ଟି ଓ ମୋ ସରକାରରେ ବିଭିନ୍ନ ସରକାରୀ ସେବାକୁ ଲୋକଙ୍କ ହାତ ପାହାନ୍ତାରେ ପହଞ୍ଚିଛି । ନଜର ସରଳତା, ଦରଦୀ ହୃଦୟ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟ ଜିତିପାରିଛନ୍ତି । ଖାଲି ଓଡ଼ିଶା ନୁହେଁ, ନିଜର ଶାସନ ବ୍ୟବସ୍ଥା ବଳରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସମଗ୍ର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ସେ ଭାରତରତ୍ନ ପାଇଁ ଯୋଗ୍ୟ ବୋଲି ଉକ୍ତ କାର୍ଯ୍ୟକ୍ରମରେ ପ୍ରସଙ୍ଗ ମଧ୍ୟ ଉଠିଥିଲା । ୧୯୯୭ରେ ରାଜନୀତିରେ ପାଦ ଦେଇଥିବା ନବୀନ ୨୦୦୦ ମସିହାରୁ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀହେବାର ରେକର୍ଡ କରିବା ସହ ସୃଷ୍ଟି କରିଛନ୍ତି ବିକାଶର ନୂଆ ଅଧ୍ୟାୟ । ଅଭାବ ଅନାଟନ, ଦାରିଦ୍ର୍ୟ, ଅନାହାର, ଅନଗ୍ରସର ରାଜ୍ୟ ଭାବେ ଓଡ଼ିଶାର ଯେଉଁ ବଦନାମ୍‌ ଥିଲା, ତାହାକୁ ବହୁ ମାତ୍ରାରେ ହଟାଇବାରେ ସକ୍ଷମ ହୋଇଛନ୍ତି । ବିପର୍ଯ୍ୟୟ ମୁକାବିଲାରୁ ଆରମ୍ଭ କରି ସାଢେ଼ ୪କୋଟି ଓଡ଼ିଆଙ୍କ ପାଇଁ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାରେ ତାଙ୍କ ମଡେଲରୁ ସାରା ବିଶ୍ୱ ପ୍ରଶଂସା କରୁଛି । ପିଡିଏସ୍‌ ବ୍ୟବସ୍ଥାରେ ଓଡ଼ିଶାକୁ ତୃତୀୟ ବୃହତ୍ତମ ଯୋଗଦାନକାରୀ ଭାବେ ପ୍ରସ୍ତୁତ କରିବା, ରାଜ୍ୟବାସୀଙ୍କ ପାଇଁ ଗୃହ ସୁରକ୍ଷା ନିଶ୍ଚିତ କରିବା, ମିଶନ ଶକ୍ତି ମାଧ୍ୟମରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରିବା, କାଳିଆ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିବା, ଓଡ଼ିଶାକୁ ୫-ଟି ଏବଂ ମୋ ସରକାର ମାଧ୍ୟମରେ ରୂପାନ୍ତରଣ କରିବା, ଓଡ଼ିଶାକୁ ବିଶ୍ୱ କ୍ରୀଡ଼ା ହବ୍‌ରେ ପରିଣତ କରିବା, ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ମାଧ୍ୟମରେ ଲକ୍ଷ ଲକ୍ଷ ଓଡ଼ିଆ ଯୁବକଙ୍କୁ ସଶକ୍ତ କରିବା, ଆଦିବାସୀଙ୍କ ବିକାଶ କରିବା, ଦେଶର ଏକ ନମ୍ବର ରାଜ୍ୟ ଭାବେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଆଦିବାସୀଙ୍କୁ ଜମି ଅଧିକାର ପ୍ରଦାନ କରିବା, ୫ଲକ୍ଷରୁ ଅଧିକ ଆଦିବାସୀ ବାଳିକାଙ୍କୁ ସଶକ୍ତ କରିବା ପାଇଁ ଆଦିବାସୀ ହଷ୍ଟେଲର ବ୍ୟବସ୍ଥା କରିବା, ବିଜୁ ପକ୍କା ଘର ଯୋଜନାରେ ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା, ଦେଶରେ ପ୍ରଥମ ଥର ପାଇଁ ସହରାଞ୍ଚଳର ବାସହରାଙ୍କୁ ଜାଗା ମିଶନ୍‌ ଜରିଆରେ ଜମି ଅଧିକାର ପ୍ରଦାନ କରିବା ଭଳି ଯୁଗାନ୍ତକାରୀ ପଦକ୍ଷେପ ନବୀନ ନେଇଛନ୍ତି । ରାଜ୍ୟରେ ·ଷୀଙ୍କ ଆୟ ବଢ଼ିଛି, ବ୍ୟାପକ ଶିଳ୍ପାୟନ ଯୋଗୁଁ ବ୍ୟାପକ ନିଯୁକ୍ତି ସୁଯୋଗ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସମସ୍ତଙ୍କୁ ଚିକିତ୍ସା ଯୋଗାଇଛନ୍ତି । ୫-ଟି ଓ ମୋ ସରକାରରେ ବିଭିନ୍ନ ସରକାରୀ ସେବାକୁ ଲୋକଙ୍କ ହାତ ପାହାନ୍ତାରେ ପହଞ୍ଚିଛି । ସରକାରୀ ସ୍କୁଲରେ ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବା ସହ ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ପରିଣତ କରିପାରିଛନ୍ତି । ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଛାଟ୍‌ ବାଜିଛି । କେହି ଯେପରି ଭୋକିଲା ନ ରହିବେ ସେଥିପାଇଁ ଟଙ୍କିକିଆ ·ଉଳ ଯୋଗାଇବାଠାରୁ ଆରମ୍ଭ କରି ସହରାଞ୍ଚଳରେ ୫ଟଙ୍କାରେ ଆହାର ମିଲ୍‌ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ବିପ୍ଳବ ଆଣିଛନ୍ତି । ଯାହାର ଉଦାହରଣ ହେଲା ୭୦ଲକ୍ଷରୁ ଅଧିକ ମହିଳାଙ୍କୁ ମିସନ୍‌ ଶକ୍ତି ଜରିଆରେ ରୋଜଗାରକ୍ଷମ କରିବା । କୋଭିଡ ମୁକାବିଲାରେ ନବୀନଙ୍କ ପଦକ୍ଷେପ ଓ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଣରେ ସହଯୋଗର ହାତ ବଢ଼ାଇବା ଥିଲା ଉଲ୍ଲେଖନୀୟ ପଦକ୍ଷେପ । ସେହିପରି ପୁରୀର ଶ୍ରୀଜଗନ୍ନ୍‌ାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ କରି ତାରାତାରିଣୀ, ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ସବୁଠି ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଇଛି । ସ୍ୱତନ୍ତ୍ର କାଉନସିଲ୍‌ ଜରିଆରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିକାଶର ନୂଆ ଧାରା ସୃଷ୍ଟି ହୋଇଛି । ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବାରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର ରାଜ୍ୟ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି.ରମନ୍ନା । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟିର ଅଧ୍ୟକ୍ଷ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ । ପୂର୍ବରୁ ୨୦୧୭ରେ ଆଉଟ୍‌ଲୁକ୍‌ ପକ୍ଷରୁ ନବୀନଙ୍କୁ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ କରାଯାଇଥିଲା । ନିକଟରେ ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ନେସନ ପକ୍ଷରୁ କରାଯାଇଥିବା ସର୍ଭେରେ ନିଜର ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ ହୋଇଥିଲେ । ତେଣୁ କ୍ୟାପିଟାଲ ଫାଉଣ୍ଡେସନ୍‌ ପକ୍ଷରୁ ତାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବା ପରେ ବିଭିନ୍ନ ମହଲରେ ଖୁସିର ମାହୋଲ ଦେଖାଯାଇଛି ।

Leave A Reply

Your email address will not be published.