ନବୀନଙ୍କ ନୀରବ ବାର୍ତ୍ତା ‘ଇମ୍ପସିବଲ ଇଜ୍‌ ନଥିଙ୍ଗ’

0 80

ଭୁବନେଶ୍ୱର, ୮ା୯(ଡିକେ ନ୍ୟୁଜ): ଟ୍ରେଡମିଲରେ ଛିଡା ହୋଇଛନ୍ତି ନବୀନ । ପଛପଟେ ଲେଖା ହୋଇଛି ‘ଇମ୍ପସିବଲ ଇଜ୍‌ ନଥିଙ୍ଗ’ । କଥାରେ ଅଛି ଫଟୋ ହଜାରେ ଶଦ୍ଦ କହିଥାଏ । ସେହିପରି ଏହି ଫଟୋ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜବକାରୀଙ୍କୁ ଅନେକ ରାଜନୈତିକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲାଇଫ୍‌ଟାଇମ ଆଚିଭ୍‌ମେଣ୍ଟ ଆୱାର୍ଡ ମିଳିବା ପରେ ଭୁବନେଶ୍ୱରରେ ଗ୍ରାଣ୍ଡ ୱେଲକମ୍‌ କରାଯାଇଥିଲା । କିନ୍ତୁ ସେଠାରେ ସେ କୌଣସି ବଡ଼ ରାଜନୈତିକ ବାର୍ତ୍ତା ଦେଇନଥିଲେ । ରାଜ୍ୟବାସୀଙ୍କୁ ନିଜ ପୁରସ୍କାର ଉତ୍ସର୍ଗ କରିଥିଲେ । ଆପଣମାନେ ଖୁସି ତ ବୋଲି ପଚାରିଥିଲେ । ବିନା ରାଲି କିମ୍ବା ବଡ ସଭାରେ କଳିଙ୍ଗ ଷ୍ଟାଡ଼ିୟମ୍‌ରୁ ମାତ୍ର ଗୋଟିଏ ଫଟୋ ମାଧ୍ୟମରେ ସେ ନୀରବ ବାର୍ତ୍ତା ଦେଇଛନ୍ତି । ରାଜ୍ୟରେ ଛଅ ଥର ମୁଖ୍ୟମନ୍ତ୍ରୀ ହେବା କିଛି ଅସମ୍ଭବ ନୁହେଁ । ଦ୍ୱିତୀୟରେ ସେ ଫିଟ୍‌ ଅଛନ୍ତି ବୋଲି ବାର୍ତ୍ତା ଦେବା ସହ ତୃତୀୟରେ ୨୦୨୪ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କଳିଙ୍ଗ ଷ୍ଟାଡିୟମରୁ ଏହି ମେସେଜ୍‌ ଦେବାକୁ ପ୍ରୟାସ କରିଛନ୍ତି । ଅଲଟିମେଟ ଖୋ ଖୋ ଲିଗ୍‌ର ·ମ୍ପିଅନ ଓଡ଼ିଶା ଜଗରନଟ୍ସ ଟିମର ସମସ୍ତ ଖେଳାଳି ଓ କୋଚ୍‌ଙ୍କୁ ଗତକାଲି ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମର ଜିମ୍‌ ପରିଦର୍ଶନ କରିଥିଲେ । ଟ୍ରେଡମିଲ ଉପରୁ ସେ ଗୁଜବକାରୀଙ୍କୁ ଏହି ନୀରବ ବାର୍ତ୍ତା ଦେଇଛନ୍ତି । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । କୌଣସି ସର୍ଭେ କଥା କୁହନ୍ତୁ କିମ୍ବା ଓପିନିଅନ
ପୋଲ୍‌, ସବୁଥିରେ ନବୀନ ଆଗରେ । ତାଙ୍କ ଶାସନ କାଳରେ ରାଜ୍ୟରେ ଅନେକ ପରିବର୍ତ୍ତନ ଆସିଛି । ସବୁ କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠାରୁ ଆରମ୍ଭକରି ଭିତ୍ତିଭୂମି କ୍ଷେତ୍ରରେ ଅନେକ ବିକାଶ ହୋଇଛି । ରାଜ୍ୟର ରାଜସ୍ୱ ମଧ୍ୟ ବୃଦ୍ଧି ପାଉଛି ।

Leave A Reply

Your email address will not be published.