“ବୟକଟ୍‌ ବ୍ରହ୍ମାସ୍ତ୍ର’କୁ ନେଇ ମୁହଁ ଖୋଲିଲେ ରଣବୀର

0 118

ମୁମ୍ବାଇ, ୮ା୯: ବଲିଉଡରେ ଏବେ ଚାଲିଛି ବୟକଟ୍‌ ଯୁଗ । ଅନେକ ଫିଲ୍ମକୁ “ବୟକଟ୍‌’ କରିବା ପାଇଁ ସୋସିଶାଲ ମିଡିଆରେ ଟ୍ରେଣ୍ଡ ଜାରି ରହିଛି । ନିକଟରେ ଆମୀର ଖାନ୍‌ଙ୍କ “ଲାଲ ସିଂହ ଚଡ଼ା ‘, ଅକ୍ଷୟ କୁମାରଙ୍କ “ରକ୍ଷା ବନ୍ଧନ’ ଫିଲ୍ମକୁ ନେଇ ସୋଶାଲ ମିଡିଆରେ ଜୋରସୋରରେ ବୟକଟ୍‌ କରିବା ପାଇଁ ଟ୍ରେଣ୍ଡ ଚାଲିଥିଲା । ଏହାପରେ ଉଭୟ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା । ଏବେ ବହୁପ୍ରତୀକ୍ଷିତ ଫିଲ୍ମ “ବ୍ରହ୍ମାସ୍ତ୍ର’ ଶୁକ୍ରବାର ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ସୋସିଶାଲ ମିଡିଆରେ “ବୟକଟ୍‌ ବ୍ରହ୍ମାସ୍ତ୍ର’ ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । ଏହି ବୟକଟ୍‌ ଟ୍ରେଣ୍ଡକୁ ନେଇ ଏବେ ମୁହଁ ଖୋଲିଛନ୍ତି କପୁର ଖାନଦାନର ଲାଡଲା ରଣବୀର କପୁର । ଅଭିନେତା ରଣବୀର କପୁର ଗଣମାଧ୍ୟମ ଆଗରେ ନିଜର ମତ ରଖି କହିଛନ୍ତି, “ଫିଲ୍ଲ ଚାଲିବ କି ନାହିଁ ତାହା କେବଳ କଣ୍ଟେଣ୍ଟ ଉପରେ ନିର୍ଭର କରେ । ମୁଁ ମୋ ନିଜ ଉଦାହରଣ ଦେଉଛି । କିଛି ସପ୍ତାହ ତଳେ ମୋ ଫିଲ୍ମ “ସମଶେରା’ ରିଲିଜ୍‌ ହୋଇଥିଲା । ସେ ସମୟରେ ମୋତେ କୌଣସି ନକାରାତ୍ମକ ଅନୁଭବ ହୋଇନଥିଲା । ମାତ୍ର ଫିଲ୍ମଟି ବକ୍ସ ଅଫିସରେ ·ଲିଲାନି । କାରଣ ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସିଲାନି । ଶେଷରେ ବିଷୟବସ୍ତୁ ହିଁ କାମରେ ଆସେ । ଯଦି ଆପଣ ଭଲ ଫିଲ୍ମ ଦେବେ, ଭଲ ବିଷୟବସ୍ତୁ ଦେବେ ତେବେ ଲୋକେ ନିଶ୍ଚୟ ଏହାକୁ ପସନ୍ଦ କରିବେ । ଫିଲ୍ମ ଦେଖିବା, କିଛି ନିଆରା ଅଭିଜ୍ଞତା ସାଉଁଟିବା, ଭାବପ୍ରବଣ ହେବାକୁ କିଏ ବା ନ ଚାହେଁ ? ଫିଲ୍ମର କଣ୍ଟେଣ୍ଟକୁ ନେଇ କିଏ ବା ହସିବାକୁ ତଥା କାନ୍ଦିବାକୁ ·ହାନ୍ତିନି । ଯଦି କୌଣସି ଫିଲ୍ମ ·ଲୁନାହିଁ, ତା ଅର୍ଥ ଫିଲ୍ମଟିର ବିଷୟବସ୍ତୁ ଭଲ ନାହିଁ ବୋଲି ରଣବୀର କହିଛନ୍ତି ।’ “ବ୍ରହ୍ମାସ୍ତ୍ର’କୁ ବର୍ଷ ୨୦୨୨ର ସବୁଠୁ ବଡ ଫିଲ୍ମ ବୋଲି ବିଶ୍ୱାସ କରାଯାଉଛି । ରଣବୀର ଓ ଆଲିଆ ଭଟ୍ଟ ଏହି ଫିଲ୍ମରେ ପ୍ରଥମ କରି ଏକାଠି କାମ କରିଛନ୍ତି । ସିଲଭର ସ୍କ୍ରିନରେ ରଣବୀର-ଆଲିଆଙ୍କ କେମେଷ୍ଟ୍ରି ଦେଖିବା ପାଇଁ ଫ୍ୟାନମାନେ ମଧ୍ୟ ଉତ୍ସାହିତ ଅଛନ୍ତି । ଶୁକ୍ରବାର ଏହି ଫିଲ୍ମଟି ମୁକ୍ତିଲାଭ କରିବ । ଯଦିଓ ଆୟାନ୍‌ ମୁଖାର୍ଜୀଙ୍କ ଫିଲ୍ମକୁ ନେଇ ବୟକଟ୍‌ ଟ୍ରେଣ୍ଡ ଚାଲିଛି । ଅନେକ ଲୋକ ରଣବୀର ଏବଂ ଆଲିଆଙ୍କୁ ବିରୋଧ ମଧ୍ୟ କରୁଛନ୍ତି । କିନ୍ତୁ କିଛି ପ୍ରଶଂସକ “ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ହିଟ୍‌ ହେବ ବୋଲି ଆଶା ରଖିଛନ୍ତି । ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଜୋର ସୋରରେ ଚାଲିଛି । ତେବେ ଫିଲ୍ମଟି ରିଲିଜ୍‌ ହେବା ପରେ ହିଁ ଏହା ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଜଣାପଡିବ ।

Leave A Reply

Your email address will not be published.