୨୦୨୩ ହକି ବିଶ୍ୱକପ୍‌ ପାଇଁ ଖେଳସୂଚୀ ଘୋଷଣା ୪ ପୁଲରେ ୧୬ ଟିମ୍‌: ପୁଲ୍‌ ଡି’ରେ ଭାରତ

0 58

ଭୁବନେଶ୍ୱର, ୮ା୯(ଡିକେ ନ୍ୟୁଜ): ୨୦୨୩ ହକି ବିଶ୍ୱକପ୍‌ ପାଇଁ ଖେଳସୂଚୀ ଘୋଷିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ହକି ବିଶ୍ୱକପର ଖେଳସୂଚୀ ଜାରି କରାଯାଇଛି । ଏହି ଅବସରରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏଫ୍‌ଆଇଏଚର କାର୍ଯ୍ୟକାରୀ ସଭାପତି ସୈଫ ଅହମ୍ମଦ ଓ ଅନ୍ୟାନ୍ୟ
ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଭାରତ ସହ ଏହି ପୁଲରେ ଇଂଲଣ୍ଡ, ୱେଲ୍ସ ଓ ସ୍ପେନ ରହିଛନ୍ତି । ଭାରତ ବର୍ତ୍ତମାନ ବିଶ୍ୱ ହକି ରାଙ୍କିଙ୍ଗର ୫ମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୬ଷ୍ଠ, ସ୍ପେନ ୮ମ ଓ ୱେଲ୍ସ ୧୬ନଂ ସ୍ଥାନରେ ରହିଛି । ତେଣୁ ଭାରତ ଅପେକ୍ଷାକୃତ ଦୁର୍ବଳ ପୁଲରେ ରହିଛି । ୨୦୧୮ ଭଳି ୨୦୨୩ରେ ଓଡ଼ିଶାରେ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଛି । ଜାନୁଆରୀ ୧୩ରୁ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ୱକପ ମ୍ୟାଚ୍‌ ଆରମ୍ଭ ହୋଇ ଜାନୁଆରୀ ୨୯ ଯାଏ ·ଲିବ । ଏଥିରେ ମୋଟ ୧୬ଟି ଦଳ ଭାଗ ନେବେ । ୧୬ଟି ଦଳକୁ ୪ଟି ପୁଲ୍‌ ବା ଗ୍ରୁପରେ ଭାଗ କରାଯାଇଛି । ପ୍ରତି ଗ୍ରୁପରେ ୪ଟି ଲେଖାଏ ଦେଶ ରହିଛନ୍ତି । ଭାରତ ପୁଲ୍‌ ଡି’ରେ
ଥିବାବେଳେ ବିଶ୍ୱକପ୍‌ର ଡିଫେଣ୍ଡିଂ ·ମ୍ପିୟନ ବେଲଜି । ପୁଲ୍‌ ବି’ରେ ରହିଛି । ବେଲଜିୟମ ବ୍ୟତୀତ ପୁଲ୍‌ ବି’ରେ ଜର୍ମାନୀ, ଦକ୍ଷିଣ କୋରିଆ ଓ ଜାପାନ ରହିଛନ୍ତି । ପୁଲ୍‌ ଏ’ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଷ୍ଟ୍ରେଲିଆ ସହ ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ପୁଲ୍‌ ସି’ରେ ନେଦରଲ୍ୟାଣ୍ଡସ୍‌, ନ୍ୟୁଜିଲ୍ୟାଣ୍ଡ, ମାଲେସିୟା ଓ ଚିଲି ସ୍ଥାନ ପାଇଛନ୍ତି । ବିଶ୍ୱକପ୍‌ରେ ଭାଗ ନେବାକୁ ଯାଉଥିବା ୧୬ଟି ଦେଶ ମଧ୍ୟରେ ଏସିଆ ମହାଦେଶରୁ ଭାରତ, ମାଲେସିୟା, ଜାପାନ ଓ ଦକ୍ଷିଣ କୋରିଆ
ରହିଛନ୍ତି । ଆଫ୍ରିକା ମହାଦେଶର ପ୍ରତିନିଧିତ୍ୱ ଦକ୍ଷିଣ ଆଫ୍ରିକା କରିବ । ବିଶ୍ୱକପରେ ୟୁରୋପରୁ ୭ଟି ଦଳ ରହିଛନ୍ତି । ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ନେଦରଲ୍ୟାଣ୍ଡସ, ସ୍ପେନ, ଫ୍ରାନ୍ସ ଓ ୱେଲ୍ସ ହେଉଛନ୍ତି ୭ ୟୁରୋପୀୟ ଦେଶ । ପାନ ଆମେରିକା କପ୍‌ ୨୦୨୨ର ବିଜେତା ଆର୍ଜେଣ୍ଟିନା ଓ ରନର୍ସଅପ ଚିଲି ମଧ୍ୟ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଓସେନିଆରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ବିଶ୍ୱକପ ଖେଳିବେ । ଭୁବନେଶ୍ୱରେ ଅନୁଷ୍ଠିତ ୨୦୧୮ ହକି ବିଶ୍ୱକପ୍‌ରେ ବେଲଜିୟମ ·ମ୍ପିୟନ ହୋଇଥିବା ବେଳେ ୩ଥରର ବିଜେତା ନେଦରଲ୍ୟାଣ୍ଡସ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ସେହିପରି ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ରହି ନିଜର ବିଶ୍ୱକପ୍‌ ଅଭିଯାନ ଶେଷ କରିଥିଲା ।

Leave A Reply

Your email address will not be published.