ଆତଙ୍କୀଙ୍କ ଟାର୍ଗେଟରେ ଥିବା ନାଗରିକଙ୍କୁ ଖୋଜି ବାହାର କର: କେନ୍ଦ୍ର

0 71

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସେହି ନାଗରିକ ମାନଙ୍କର ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି ଯେଉଁମାନଙ୍କୁ କି, ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି । ଆତଙ୍କୀଙ୍କ ଟାର୍ଗେଟରେ ଥିବା ନାଗରିକ ମାନଙ୍କ ସୁରକ୍ଷା ପାଇଁ ସୁରକ୍ଷାବଳ ଏକ ଯୋଜନା ପ୍ରସ୍ତୁତ କରିବେ । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଅଧ୍ୟକ୍ଷତାରେ ସୁରକ୍ଷା ସମିକ୍ଷା ବୈଠକ ପରେ ଏଜେନ୍ସି ଗୁଡ଼ିକ ଯୋଜନା ଉପରେ କାମ କରିବା ଆରମ୍ଭ କରିବେ । ସୂଚନାଯୋଗ୍ୟ ଯେ, ରୋଡମ୍ୟାପ ପ୍ରସ୍ତୁତ କରିବା ସହିତ ତୃଣମୂଳ ସ୍ଥରରୁ ତଥ୍ୟ ସଂଗ୍ରହ କରିବା ପାଇଁ କିଛି ଦିନ ପୂର୍ବରୁ ବିଭିତ୍ତ ଏଜେନ୍ସିଗୁଡ଼ିକର ଅଧିକାରୀ ମାନେ ଜମ୍ମୁ-କଶ୍ମୀର ଯାତ୍ରା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବରରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ସାଧାରଣ ନାଗରିକଙ୍କୁ ହତ୍ୟା କଲା ଭଳି ଘଟଣା ସାମ୍ନାକୁ ଆସିଥିଲା । ଏହି ଟାର୍ଗେଟ କିଲିଂ ପଛରେ ହୋଇଥିବା ବଡ଼ ଧରଣର ଷଡ଼ଯନ୍ତ୍ରର ଯାଞ୍ଚ କରିବା ପାଇଁ ଗୃହ ମନ୍ତ୍ରାଳୟ ଏନଆଈଏକୁ ଦାୟିତ୍ୱ ଦେଇଥିଲା । ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କର କହିବା କଥା ହେଲା, ବୈଠକରେ ଆତଙ୍କୀଙ୍କ ଟାର୍ଗେଟରେ ଥିବା ଲୋକଙ୍କୁ ନେଇ ଚିନ୍ତାବ୍ୟକ୍‌ତ କରାଯାଇଥିଲା । ହତ୍ୟାର ପାଟର୍ଣ୍ଣ,ଡାଟା ଏବଂ ଅନ୍ୟ ସୂଚନା ଗୁଡ଼ିକର ବିଷ୍ଳେଶଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସମ୍ଭାବିତ ଆତଙ୍କୀ ଟାର୍ଗେଟ ଗୁଡ଼ିକୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତୃଣମୁଳ ସ୍ଥରରୁ ଏ ସମ୍ପର୍କରେ ତମାମ ସୂଚନା ଏକତ୍ର କରିବାକୁ ନେଇ ଯାଞ୍ଚ ଏଜେନ୍ସି ଗୁଡ଼ିକୁ କୁହାଯାଇଥିଲା । ସ୍ଥାନୀୟ ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ଯାଞ୍ଚ ଏଜେନ୍ସିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏ ସମ୍ପର୍କରେ ଏହି ମାସରେ ଏକ ବୈଠକ ମଧ୍ୟ ହୋଇସାରିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଯେତେବେଳେ ସବୁ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସି ସେହି ସମ୍ବେଦନଶିଳ ଅଞ୍ଚଳ ଓ ଟାର୍ଗେଟରେ ଥିବା ଲୋକଙ୍କୁ ଚିହ୍ନଟ କରିଦେବେ, ସେତେବେଳେ ସେମାନଙ୍କୁ ସୁରକ୍ଷାବଳୟ ଭିତରେ ରଖାଯିବ । ଅଧିକାଂଶ ହତ୍ୟା ଦ୍ୱିପହର ଓ ସନ୍ଧ୍ୟାରେ ହେଉଥିବା ବେଳେ ଆତଙ୍କୀ ମାରିବା ପରେ ଖସିପଳାଇବାକୁ ଗୋଟିଏ ମାଧ୍ୟମ ଆପଣାଉଛନ୍ତି । ଯାହାକୁ ନେଇ ପ୍ରସ୍ତୁତ ରହିବେ ସୁରକ୍ଷା ଏଜେନ୍ସି । ଏବଂ ଆତଙ୍କୀଙ୍କ ଯୋଜନାକୁ ପଣ୍ଡ କରିବା ସହିତ କିପରି ତାଙ୍କୁ ଗିରଫ କରାଯାଇପରିବ, ସେନେଇ ପ୍ରସ୍ତୁତ ରହିବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ ।

Leave A Reply

Your email address will not be published.