ପଣ୍ୟ ବୋଝେଇରେ ପୂର୍ବ ରେର୍କଡ ଭାଙ୍ଗିଲା ପାରାଦୀପ ବନ୍ଦର

0 68

ପାରାଦୀପ,୯ା୯(ଡିକେ ନ୍ୟୁଜ): ପଣ୍ୟ ବୋଝେଇ କାରବାରରେ ନିଜର ପୂର୍ବ ରେର୍କଡକୁ ଭଙ୍ଗ କରି ଇତିହାସ ରଚିଛି ପାରାଦୀପ ବନ୍ଦର । ଏମଭି ଆକ୍ୟୁଏଜେନି ଜାହାଜରେ ୧,୫୦,୦୪୦ ମେଟ୍ରିକ ଟନ ଆଇରନ ଓର ବୋଝେଇ କରି ଏକ ବିରଳ କୀର୍ତ୍ତିମାନ ସ୍ଥାପିତ ହୋଇ ପାରିଛି । ପୂର୍ବରୁ ୧,୪୯,୬୫୧ ମେଟ୍ରିକ ଟନ୍‌ ବୋଝେଇ ରେର୍କଡକୁ ଅତିକ୍ରମ କରି ଏହି କୀର୍ତ୍ତିମାନ ସ୍ଥାପିତ ହୋଇଛି । ଏହି ଜାହାଜଟି ସେପ୍ଟେମ୍ବର ୭ ତାରିଖରେ ଜେଏସଡବ୍ଲୁ ପାରାଦୀପ ଟର୍ମିନାଲର ଏନଆଇଓବି ବର୍ଥରେ ଲାଗିଥିଲା । ଆଇରନ ଓର ବୋଝେଇ କରି ସେପ୍ଟେମ୍ବର ୯ତାରିଖରେ ମହାରାଷ୍ଟ୍ରର ରାଏଗଡା ଅନ୍ତର୍ଗତ ଜୟଗଡ ବନ୍ଦର ଅଭିମୁଖେ ଯାତ୍ରା କରିଛି । ଏହି ଜାହାଜର ପରିବହନକାରୀ ସଂସ୍ଥା ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ ରହିଥିବା ବେଳେ ସିଟ୍ରାନ୍ସ ସିପମ୍ୟାନେଜମେଣ୍ଟ ଏହାର ଏଜେଣ୍ଟ ଥିଲେ ।

Leave A Reply

Your email address will not be published.