ସାଂଘାଇ ମୁହାଁ ସାମୁଦ୍ରିକ ଝଡ଼ ମୁଇଫା

0 60

ନୂଆଦିଲ୍ଲୀ, ୧୪ା୯: ଚୀନକୁ ମୁଇଫା ବିପଦ । ପୂର୍ବ ଚୀନ ସାଗରରେ ଭୟଙ୍କର ରୂପ ନେଇ ସାଂଘାଇ ଆଡକୁ ଘଣ୍ଟାପ୍ରତି ୧୯୩ କିମି ବେଗରେ ମାଡ଼ି ଆସୁଛି ଶକ୍ତିଶାଳୀ ଟାଇଫୁନ ମୁଇଫା । ଏହାର ପ୍ରଭାବରେ ସାଂଘାଇ, ନିଙ୍ଗବୋରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ସମସ୍ତ ବିମାନ ଓ ଜାହାଜ ଚଳାଚଳକୁ ରଦ୍ଦ କରିଦିଆଯାଇଛି । ଚୀନକୁ ମାଡ କରିବାରେ ଚଳିତ ବର୍ଷରୁ ସବୁଠାର ଶକ୍ତଶାଳୀ ଟାଇଫୁନ ମୁଇଫା । ପୂର୍ବ ଚୀନ୍‌ ସାଗରରେ ଭୟଙ୍କର ରୂପ ଧାରଣ କରି ଉପକୂଳ ମୁହାଁ ହେଉଛି ଟାଇଫୁନ୍‌ । ଘଣ୍ଟାପ୍ରତି ୧୨୦ମାଇଲ ବା ୧୯୩ କିମି ବେଗରେ ମାଡ଼ି ଆସୁଛି ଶକ୍ତିଶାଳୀ ଟାଇଫୁନ ମୁଇଫା । ଚୀନର ପୂର୍ବତଟରେ ଥିବା ବନ୍ଦରରେ ସବୁ କିଛି ଠପ୍‌ ପଡି ଯାଇଛି । ଗୋଟିଏ ଜାଗାରେ ଠିଆ ହୋଇଛନ୍ତି ଶହ ଶହ ଜାହଜ । ଆଗକୁ ଆସିବ ବଡ଼ ବିପଦ । ଉଠିପାରେ ୫ ମିଟର ଉଚ୍ଚର ଜୁଆର । ଚୀନର ସାଂଘାଇ, ନିଙ୍ଗବୋ ପୋର୍ଟର ଏ ଦୃଶ୍ୟ । ମୁଇଫାର ପ୍ରଭାବ ଆରମ୍ଭ ହୋଇ ସାରିଛି । ଆଉ କିଛି ସମୟ ପରେ ସ୍ଥଳଭାଗ ହିଟ୍‌ କରିବ ଟାଇଫୁନ ମୁଇଫା । ୟାଙ୍ଗତେଜ୍‌ ନଦୀର ତ୍ରିକୋଣ ଭୂମିରେ ଲ୍ୟାଣ୍ଡଫଲ କରିବାକୁ ଯାଉଥିବା ଏହା ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ । ସେପଟେ ମୁଇଫା ପ୍ରଭାବରେ ସାଂଘାଇରେ ପ୍ରବଳ ବେଗରେ ପବନ ସହ ମୂଷଳଧାରରେ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା ସହ ତୀବ୍ର ବେଗରେ ପବନ ଓ ଉଚ୍ଚଜୁଆର ପାଇଁ ଟ୍ୱିନ ପୋର୍ଟ ସିଟି ନିଙ୍ଗବୋ ଓ ଝୋଉସାନ ବନ୍ଦରରେ ଜାହାଜ ଚଳାଚଳକୁ ସ୍ଥଗିତ ରଖାଯାଇଛି । ନିଙ୍ଗବୋ, ଝୋଉସାନ ଦ୍ୱୀପ ଓ ଜିଆଂଶୁ ପ୍ରଦେଶରେ ଏଲପିଜି ଆମଦାନୀ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି । ସାଂଘାଇରୁ ଉଡ଼ାଣ ଭରିବାକୁ ଥିବା ୬ଶହ ବିମାନର ଚଳାଚଳକୁ ମଧ୍ୟ ସାମୟିକ ରଦ୍ଦ କରାଯାଇଛି । ୟାଙ୍ଗତେଜ ତ୍ରିକୋଣ ଭୂମିରେ ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି । ଝେଜିଆଙ୍ଗରେ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଗୋଟିଏ ନୁହଁ ତିନି ତିନିଟି ସାମୁଦ୍ରିକ ଝଡ଼ । ସେଥିରୁ ଗୋଟିଏ ଟାଇଫୁନ ମୁଇଫା ଚୀନ ପୂର୍ବତଟ ପ୍ରତି ସୃଷ୍ଟି କରିଛି ବିପଦ । ମୁଇଫା ଅଧିକ ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତିକରି ଦକ୍ଷିଣ ଝୋଉସାନ ଉକୂଳରେ ପହଞ୍ଚିବ । ୱେନଲିଙ୍ଗ ଏବଂ ଝୋଉସାନ ସହର ମଧ୍ୟରେ ଟାଇଫୁନ ସ୍ଥଳଭାଗ ଛୁଇଁବ । ଏହା ଭିତରେ ରହିଛି ନିଙ୍ଗବୋ ଓ ଝୋଉସାନ ଦକ୍ଷିଣରେ ଥିବା ସାଂଘାଇ ।

Leave A Reply

Your email address will not be published.