ବେପରୁଆ ଗାଡ଼ିଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

0 68

ଭୁବନେଶ୍ୱର, ୨୭ା୯(ଡିକେ ନ୍ୟୁଜ): ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବା ପାଇଁ ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ପରିବହନ କମିଶନର (ଏନ୍‌ଫୋର୍ସମେଣ୍ଟ) ଅଧିକାରୀମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ·ଲିବ । ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାନ ବାହନ ଯାଞ୍ଚ କରାଯିବ । ଏହି ସମୟରେ ବିନା ହେଲମେଟ୍‌ ଓ ସିଟ୍‌ ବେଲ୍ଟ ବ୍ୟବହାର କରୁନଥିବା, ଗାଡ଼ି ·ଳନା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅଧିକ ଯାଞ୍ଚ କରାଯିବ । ଆବଶ୍ୟକ ସ୍ଥଳେ ପରିବହନ ଅଧିକାରୀ ସ୍ଥାନୀୟ ପୋଲିସର ସହାୟତା ନେଇପାରିବେ । ୨୮ ତାରିଖ ଦିନ ସଂଧ୍ୟା ୭ରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ମଦ୍ୟପ ଗାଡ଼ି ·ଳକଙ୍କୁ ଯାଞ୍ଚ କରାଯିବ । ସେହିପରି ବାଲି, ଚିପ୍ସ, ପଥର ଆଦି ପରିବହନ କରୁଥିବା ଗାଡ଼ିରେ ରିଫ୍ଲେକ୍ଟର ଟେପ୍‌, ବ୍ରେକ୍‌ ଲାଇଟ୍‌, ହେଡ୍‌ ଲାଇଟ୍‌, ଇଣ୍ଡିକେଟର ଲାଇଟ୍‌, ପାର୍କିଂ ଲାଇଟ୍‌ ଆଦି ଯାଞ୍ଚ କରାଯିବ । ପାର୍କିଂ ସିଗନାଲ ବିନା ରାଜପଥରେ ଥୁଆ ହୋଇଥିବା ଗାଡ଼ିରୁ ଜରିମାନା ଆଦାୟ କରାଯିବ ।

Leave A Reply

Your email address will not be published.