ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା ଡେଡ୍‌ଲାଇନ୍‌କୁ ହାଇକୋର୍ଟଙ୍କ ନାପସନ୍ଦ

0 67

କଟକ, ୨୮ା୯(ଡିକେ ନ୍ୟୁଜ): ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ବ୍ୟବସ୍ଥା ନ ଥାଇ ଡେଡ୍‌ଲାଇନ୍‌କୁ ନାପସନ୍ଦ କଲେ ହାଇକୋର୍ଟ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍‌ଲାଇନ୍‌ ବ୍ୟବସ୍ଥା ନାହିଁ । ତେଣୁ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବୁକିଂ କରିବା ସମ୍ଭବ ହେଉନାହିଁ । କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ, ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅକ୍ଟୋବର ୧ରୁ ଚେକିଂ କଡାକଡି କରିବାକୁ ପରିବହନ ବିଭାଗର ନିଷ୍ପତ୍ତି ନେଇଛି । ପରିବହନ ବିଭାଗରୁ ମତାମତ ଆଣି କୋର୍ଟରେ ଉପସ୍ଥାପନ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୂଚନା ଅନୁଯାୟୀ, ଯଦି ଗାଡିର ନମ୍ବର ଶେଷକୁ ୧,୨,୩,୪ ରହିଥାଏ ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ୩୦ ସେପ୍ଟେମ୍ବର ଡେଡ଼୍‌ଲାଇନ୍‌ ରହିଛି । ଅର୍ଥାତ ଏହି ସମୟ ମଧ୍ୟରେ ବୁକିଂ କରିଥିଲେ ଦେବାକୁ ପଡିବନି ଜରିମାନା । ସେହିଭଳି ଗାଡିର ନମ୍ବର ୫ କିମ୍ବା ୬ ରହିଥିଲେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଡେଡ୍‌ଲାଇନ୍‌ ରହିଛି । ଗାଡିର ନମ୍ବର ୭ କିମ୍ବା ୮ ରହିଥିଲେ ୩୦ ନଭେମ୍ବର ଡେଡ୍‌ଲାଇନ ରହିଛି । ଗାଡିର ଶେଷ ନମ୍ବର ୯ କିମ୍ବା ୦ ରହିଥିଲେ ଏହାର ଡେଡ୍‌ଲାଇନ୍‌ ୩୧ ଡିସେମ୍ବର ରହିଛି । ଅଥାର୍ତ ଧାର୍ଯ୍ୟ ସମୟ ଭିତରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିଲେ ଆଉ ଗଣିବାକୁ ପଡିବନି ଜରିମାନା । ଚେକିଂ ବେଳେ କେବଳ ସ୍ଲଟ ବୁକିଂର ସ୍ଲିପ ଦେଖାଇ ଫାଇନରୁ ବର୍ତ୍ତିପାରିବେ ଲୋକେ । ସରକାର ଧାର୍ଯ୍ୟ କରିଥିବା ନିୟମ ଅନୁସାରେ, ଯେଉଁ ଗାଡି·ଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍‌ ଲଗାଇବେ ନାହିଁ, ସେମାନଙ୍କୁ ଇ-·ଲାଣ ସହିତ ୫ରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ ।

Leave A Reply

Your email address will not be published.