ସୁପ୍ରିମ୍‌କୋର୍ଟଙ୍କ ଐତହାସିକ ରାୟ ସବୁ ମହିଳାଙ୍କର ଅଛି ଗର୍ଭପାତ ଅଧିକାର

0 66

ନୂଆଦିଲ୍ଲୀ, ୨୯ା୯: ମହିଳା ଅଧିକାରକୁ ନେଇ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି । ଦେଶରେ ରହୁଥିବା ସମସ୍ତ ମହିଳାଙ୍କର ସୁରକ୍ଷିତ ଓ ଆଇଗତ ଉପାୟରେ ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଗୁରୁବାର ସୁପ୍ରିମକୋର୍ଟ ମେଡିକାଲ ଟର୍ମିନେସନ ଅଫ ପ୍ରେଗେନ୍ସି(ଏ୍‌ମଟିପି) ବା ଗର୍ଭପାତ ଅଧିକାର ଉପରେ ଶୁଶାଣି କରିଛନ୍ତି । ଏହି ସମୟରେ କୋର୍ଟ କହିଛନ୍ତି, ଏମ୍‌ଟିପି ଆକ୍ଟ ଅଧୀନରେ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି । ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପାତରଅନ୍ତର କରାଯାଇ ପାରିବ ନାହିଁ । ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଗର୍ଭପାତ ପାଇଁ ବୈବାହିକ ଦୁଷ୍କର୍ମକୁ ଦୁର୍ଷ୍କମ ମଧ୍ୟରେ ଗଣାଯାଇ ପାରିବ ବୋଲି କୋର୍ଟ କହିଛନ୍ତି । ଏହାର ଅର୍ଥ ବିବାହିତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହେଲେ ଗର୍ଭପାତ କରାଇ ପାରିବେ । କୋର୍ଟ ଆହୁରି କହିଛନ୍ତି, ଏକକ କିମ୍ବା ଅବିବାହିତ ମହିଳାଙ୍କୁ ୨୦ରୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ ପାଇଁ ବାରଣ କରିବା ଓ ବିବାହିତ ମହିଳାଙ୍କୁ ଏଥିପାଇଁ ଅନୁମତି ଦେବା ଧାରା ୧୪ ବା ମୌଳିକ ଅଧିକାରର ମୂଳ ଭାବନାକୁ କ୍ଷତି ପହଞ୍ଚାଇବା ସହ ସମାନୟ ଗର୍ଭପାତ ପାଇଁ ମହିଳାଙ୍କ ବୈବାହିକ ସ୍ଥିତିକୁ ବି·ର କରାଯିବ ନାହିଁ । ଇଚ୍ଛା ନଥିବା ଗର୍ଭକୁ ଜଣେ ଅବିବାହିତା ମହିଳା ·ହିଁଲେ ନଷ୍ଟ କରିପାରିବେ । ଏକକ ଓ ଅବିବାହିତ ମହିଳାମାନେ ଏମଟିପି ଆଇନ ଓ ନିୟମ ଅନୁସାରେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ । ବାହାଘର ଜଣେ ବ୍ୟକ୍ତିଙ୍କର ଅଧିକାର ପାଇଁ ଏକ ପ୍ରାକ୍‌ ସର୍ତ୍ତ ବୋଲି ପୂର୍ବରୁ ଥିବା ବି·ରବୋଧକୁ ଆଧୁନିକ ଆଇନ ବଦଳାଇ ସାରିଛି । ଏମଟିପି ଆଇନ ଆଜିର ବାସ୍ତବତାକୁ ବୁଝିବା ଦରକାର ଓ ପୁରୁଣା ନିୟମରେ ଏହା ବାନ୍ଧି ହୋଇ ରହିବା ଅନୁଚିତ । ଆଇନ କେବେ ହେଲେ ସ୍ଥିର ହୋଇ ରହିବା କଥା ନୁହେଁ ଓ ସାମାଜିକ ବାସ୍ତବତାକୁ ନଜରେ ରଖି ଏହା ପରିବର୍ତ୍ତନଶୀଳ ହେବା ଉଚିତ । ଅସୁରକ୍ଷିତ ଗର୍ଭପାତ ଉପରେ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ କହିଛନ୍ତି, ଅସୁରକ୍ଷିତ ଗର୍ଭପାତ ଏବେ ବି ମାତୃ ମୃତ୍ୟୁହାରର ତୃତୀୟ ସର୍ବାଧିକ କାରଣ ସାଜିଛି । ଭାରତରେ ୬୦% ଗର୍ଭପାତ ଅସୁରକ୍ଷିତ ଉପାୟରେ କରାଯାଉଛି । ସୁରକ୍ଷିତ ଗର୍ଭପାତ ସେବା ଯୋଗାଇ ଦେବାକୁ ମନା କରିବା ଓ କଟକଣା ଯୁକ୍ତ ଗର୍ଭପାତ କରିବା ଅସୁରକ୍ଷିତ ଗର୍ଭପାତ ବିବାର ମୁଖ୍ୟ କାରଣ । ବିବାହିତ ମହିଳାମାନେ ମଧ୍ୟ ଯୌନ ନିର୍ଯାତନା କିମ୍ବା ଦୁଷ୍କର୍ମ ବର୍ଗର ପୀଡ଼ିତାଙ୍କ ଅଂଶବିଶେଷ । ଇଚ୍ଛା ନଥାଇ ମଧ୍ୟ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ ହେଉଛନ୍ତି । ତେଣୁ ଯଦି ଜଣେ ବିବାହିତ ମହିଳା କିମ୍ବା ଅବିବାହିତ ମହିଳା ଗର୍ଭପାତ କରିବାକୁ ·ହୁଁଛନ୍ତି, ତା’ହେଲେ ବିନା ଦୁଷ୍କର୍ମ ମାମଲା ରୁଜୁ କରି ଏହା କରାଯାଇ ପାରିବ । ଯଦି ଜଣେ ମହିଳା ନିଜର ସ୍ୱାମୀ କିମ୍ବା ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଦାବି କରୁଛନ୍ତି, ତା’ହେଲେ ବିନା ଏଫ୍‌ଆଇଆରରେ ସୁରକ୍ଷିତ ଗର୍ଭପାତ କରାଯାଇ ପାରିବ ବୋଲି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି । କୋର୍ଟ ଆହୁରି କହିଛନ୍ତି, ପୋକ୍ସୋ ଆକ୍ଟ ଅଧୀନରେ ଯଦି ଜଣେ ନାବାଳିକା ଗର୍ଭପାତ କରାଇବାକୁ ·ହୁଁଛନ୍ତି, ତା’ହେଲେ ପଞ୍ଜୀକୃତ ମେଡିକାଲ କର୍ମ·ରୀ ତାଙ୍କ ପରିଚୟ ସାର୍ବଜନୀନ କରିବାର ଆବଶ୍ୟକ ନାହିଁ ।

Leave A Reply

Your email address will not be published.