ରାଜଧାନୀବାସୀଙ୍କୁ ଡରାଉଛି ଡେଙ୍ଗୁ ସେପ୍ଟେମ୍ବରରେ ୨ ଗୁଣା ଆକ୍ରାନ୍ତ ଚିହ୍ନଟ

0 68

ଭୁବନେଶ୍ୱର, ୨୯ା୯(ଡିକେ ନ୍ୟୁଜ): ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ସୁଧାର ଆସିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି । ହେଲେ ଅଗଷ୍ଟକୁ ମାସକୁ ବଳିଯାଇଛି ସେପ୍ଟେମ୍ବର । ଅଗଷ୍ଟଠାରୁ ସେପ୍ଟେମ୍ବର ମାସରେ ରାଜଧାନୀର ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇଛି । ସେପ୍ଟେମ୍ବର ମାସରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୭୬୩ ଥିବା ବେଳେ ସେପ୍ଟେମ୍ବର ୨୮ସୁଦ୍ଧା ଏହି ସଂଖ୍ୟା ୧୨୪୯କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ମହାନଗର ନିଗମରେ ମୋଟ ୨୩୦୨ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୬ଶହରୁ ଅଧିକ । ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳରୁ ଅଦ୍ୟାବଧି ସର୍ବାଧିକ ୩୧୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୩୫, ଆଇଆରସି ଭିଲେଜରୁ ୨୧୩ ଓ ସାଲିଆସାହିରୁ ୧୮୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି । ତେବେ ଗତ ୨୪ଘଣ୍ଟାରେ ମାତ୍ର ୨୪ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବିଏମ୍‌ସିର ସମୟୋଚିତ ପଦକ୍ଷେପ ଓ ଲୋକଙ୍କ ସହଯୋଗ ଯୋଗୁଁ ସ୍ଥିତିରେ ସୁଧାର ଆସିପାରିଛି । ପରିମଳ ବ୍ୟବସ୍ଥାରେ ସୁଧାର ସହିତ ରାଜଧାନିବାସୀଙ୍କ ସହଯୋଗ ଓ ସଚେତନତା ଜାରି ରହିଲେ ସ୍ଥିତିରେ ଆହୁରି ପରିବର୍ତ୍ତନ ରହିବ ବୋଲି ଆଶା ରଖିଛନ୍ତି ବିଏମସି କର୍ତ୍ତୃପକ୍ଷ । ସେଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଉଛନ୍ତି । ଲୋକଙ୍କୁ ସଚେତନ କରିବା ସହିତ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଖାଲି ଭୁବନେଶ୍ୱର ନୁହେଁ, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ସଜାଗ ହେବା ସହିତ ଲୋକଙ୍କୁ ସଚେତନ କରିବା ଜରୁରି ହୋଇପଡ଼ିଛି ।

Leave A Reply

Your email address will not be published.