ଚାଷୀଙ୍କ ହିତରେ ଉଠା ଜଳସେଚନ ନିଗମ କୃଷକଙ୍କ ସମସ୍ୟାର ତୁରନ୍ତ ସମାଧାନ କର: ନବୀନ

0 63

ଭୁବନେଶ୍ୱର, ୧ା୧୦(ଡିକେ ନ୍ୟୁଜ): ୫୦ ବର୍ଷ ଧରି ·ଷୀଙ୍କ ହିତରେ କାମ କରୁଛି ଓଡିଶା ଲିଫ୍ଟ ଜଳସେଚନ ନିଗମ । ଓଡ଼ିଶା ଲିଫ୍ଟ ଜଳସେଚନ ନିଗମ ରାଜ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପାରିଛି । କୃଷକମାନଙ୍କୁ ଜଳର ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯୋଗାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଉଠା ଜଳସେଚନ ନିଗମର ୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ପ·ଶ ବର୍ଷ ମଧ୍ୟରେ ଓଡ଼ିଶା ଲିଫ୍ଟ ଜଳସେଚନ ନିଗମ, ୧୩ ଲକ୍ଷ ୫୦ ହଜାର ହେକ୍ଟରରୁ ଅଧିକ ·ଷଜମିରେ ଜଳସେଚନ କରିଛି । ଦେଶରେ ଖାଦ୍ୟଶସ୍ୟ ଅଭାବୀ ରାଜ୍ୟରୁ ଆଜି ଓଡ଼ିଶା ଖାଦ୍ୟ ଶସ୍ୟର ତୃତୀୟ ବୃହତ୍ତମ ଯୋଗାଣକାରୀ ରାଜ୍ୟରେ ପରିଣତ ହୋଇପାରିଛି । ଫସଲର ବିବିଧକରଣ, ଉନ୍ନତ ଜଳଯୋଗାଣ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ·ଷର ପଦ୍ଧତିକୁ ପରିବର୍ତ୍ତନ କରୁଛି । ଜଟିଳ ଜଳ ଉପାଦାନ ଯୋଗାଇବାରେ ଓଡ଼ିଶା ଲିଫ୍ଟ ଜଳସେଚନ ନିଗମର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲିଫ୍ଟ ଜଳସେଚନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ୫-ଟି ନୀତି ଅନୁସରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମାରୋହ ଅବସରରେ ଓଡ଼ିଶା ଲିଫ୍ଟ ଜଳସେଚନ ନିଗମ ପାଇଁ ଇଲିଫ୍ଟ ଏବଂ ଇଆରପି ସହ ·ଷୀଙ୍କ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ୧ ଲକ୍ଷ ନୂଆ ଗଭୀର ନଳକୂପ ଖୋଳାଯାଇଛି । ଆଗାମୀ ୫ ବର୍ଷରେ ଆଉ ୫ ଲକ୍ଷ ଗଭୀର ନଳକୂପ ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଏକାଧିକ ଥର ଓଡ଼ିଶା କୃଷି କର୍ମଣ ପୁରସ୍କାର ପାଇଛି । ସମାରୋହରେ ଉଦ୍‌ବୋଧନ ଦେଇ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

Leave A Reply

Your email address will not be published.