ଫିକା ପଡ଼ିବ ପାର୍ବଣ ନବମୀ ଓ ଦଶମୀରେ ପ୍ରବଳ ବର୍ଷା !

0 74

ଭୁବନେଶ୍ୱର, ୧ା୧୦(ଡିକେ ନ୍ୟୁଜ): ବର୍ଷାରେ ଭିଜିବ ଦଶହରା । ପୂଜା ବଜାରକୁ ପାଣିଚିଆ ଓ ଫିକା କରିବ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷା ନେଇ ଆଶଙ୍କା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କାଲିଠୁ ବଢିବ ବର୍ଷାର ପରିମାଣ । ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୩ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଅକ୍ଟୋବର ୩ ସୁଦ୍ଧା ଏକ ଲଘୁ·ପ ସୃଷ୍ଟି ହେବ । ଏହା ଆନ୍ଧ୍ର ଉପକୂଳର କ୍ରମଶଃ ନିକଟତର ହୋଇ ୬ ତାରିଖରେ ଗୁଜୁରାଟ ଆଡ଼କୁ ଯିବ । ଏହାର ପ୍ରଭାବରେ ଅକ୍ଟୋବର ୨ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ହାଲକାରୁ ସ୍ୱଳ୍ପ (୫-୨୦ମିମି) ବର୍ଷା ହେବ । ୩ ତାରିଖରେ ବର୍ଷା ବଢ଼ିବ । ୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ କନ୍ଧମାଳକୁ ସତର୍କତା ଜାରି କରାଯାଇଥିବା ବେଳେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୪ରୁ ୬ ତାରିଖ ପର୍ଯ୍ୟନ୍ତ ଉପକୂଳରେ ଗଞ୍ଜାମରୁ ବାଲେଶ୍ୱର ମଧ୍ୟମରେ ଭାରି ବର୍ଷା ହେବ । ସେହିପରି ସୀମାନ୍ତବର୍ତ୍ତି ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପ ଏବଂ ବାକି ଆଭ୍ୟନ୍ତରୀଣରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ନବମୀ ଓ ଦଶମୀରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ, ପାରାଦୀପ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।

Leave A Reply

Your email address will not be published.