ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି ୨୫ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ

0 70

ଭୁବନେଶ୍ୱର, ୬ା୧୦(ଡିକେ ନ୍ୟୁଜ): ୨୦୨୪ ନିର୍ବାଚନ ପାଇଁ ବିଜେଡିର ରଣନୀତି ପ୍ରସ୍ତୁତ । ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ୨୦୨୪ ନିର୍ବାଚନ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଉଛି । ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପ୍ରଶାନ୍ତ ମୁଦୁଲିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ଼ ପାଇଁ ସୁଧୀର କୁମାର ସାମଲ, ଭଦ୍ରକ ପାଇଁ ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ସୁଶାନ୍ତ ସିଂଙ୍କୁ ନିଯୁକ୍ତ ଦିଆଯାଇଛି । କଟକ ପାଇଁ ଉଷା ଦେବୀ, ଢେଙ୍କାନାଳ ଓ ଖୋର୍ଦ୍ଧା ପାଇଁ ପ୍ରମିଳା ମଲ୍ଲିକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଜଗତସିଂହପୁର ଜିଲ୍ଲା ପାଇଁ ଅରୁଣ ସାହୁ, କନ୍ଧମାଳ ଜିଲ୍ଲା ପାଇଁ ବିଜୟ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ପ୍ରଣବ ପ୍ରକାଶ ଦାସ, କୋରାପୁଟ ଓ ମାଲକାନଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନୟାଗଡ଼ ପାଇଁ ପଦ୍ମନାଭ ବେହେରାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ନୂଆପଡ଼ା ପାଇଁ ଟୁକୁନି ସାହୁ, ପୁରୀ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି କଳାହାଣ୍ଡି ପାଇଁ ନବକିଶୋର ଦାସ, ଗଞ୍ଜାମ ପାଇଁ ପ୍ରଦୀପ ଅମାତ, ଯାଜପୁର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ଜିଲ୍ଲା ପାଇଁ ସାରଦା ପ୍ରସାଦ ନାୟକ ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ରୋହିତ ପୂଜାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.