ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ୍‌ ମହିଳା ବିଶ୍ୱକପ୍‌ ଓଡ଼ିଶା ପାଇଁ ଗର୍ବ: ନବୀନ

0 69

ଭୁବନେଶ୍ୱର, ୧୦ା୧୦(ଡିକେ ନ୍ୟୁଜ): ରାଜଧାନୀରେ ଫୁଟବଲ ଫିଭର । କାଲିଠୁ କମ୍ପିବ କଳିଙ୍ଗ, ମତୁଆଲା ହେବେ ଦର୍ଶକ । ଆରମ୍ଭ ହେବ ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ୱକପ ଭଳି ଏକ ମେଗା ଇଭେଣ୍ଟ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ଫୁଟବଲ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଉଦ୍‌ଘାଟନୀ ମ୍ୟାଚ୍‌ ସହ ୬ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ । ମ୍ୟାଚ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ସହ ଅଭ୍ୟାସ ଗ୍ରାଉଣ୍ଡକୁ ପ୍ରଶଂସା କରିଛନ୍ତି ମୋରୋକ୍କୋ କୋଚ ଓ ଖେଳାଳି । କଳିଙ୍ଗ ଷ୍ଟାଡିୟମ୍‌ ସହ ଏଠାକାର କ୍ରୀଡା ଭିତ୍ତିଭୂମି ଓ ଭୁବନେଶ୍ୱର ସହରକୁ ମଧ୍ୟ ପ୍ରଶଂସା କରିଛନ୍ତି ଖେଳାଳି । ଭାରତୀୟ ଟିମ୍‌ ରାଜ୍ୟ ସରକାରଙ୍କ କ୍ରୀଡ଼ା ଭିତ୍ତିଭୂମି ଓ ବିଶ୍ୱକପ୍‌କୁ ପ୍ରଶଂସା କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭାରତ ଭଲ ପ୍ରଦର୍ଶନ କରିବ । ପ୍ରଥମ ଥର ପାଇଁ ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ଭାରତ ଭାଗ ନେଉଥିବାରୁ ଦଳ ଉତ୍ସାହିତ । ଆସନ୍ତକାଲି, ୧୪ ଓ ୧୭ ତାରିଖରେ ୩ଟି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ । ଭାରତ ଓ ୟୁଏସ୍‌ଏ ମଧ୍ୟରେ ଖେଳାଯିବ ଉଦ୍‌ଘାଟନୀ ମ୍ୟାଚ । ଅନ୍ୟପଟେ ଫିପା ଫୁଟବଲ୍‌ ବିଶ୍ୱକପ ପାଇଁ ·ରିସ୍ତରୀୟ ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡ଼ିୟମ । କଳିଙ୍ଗ ଷ୍ଟାଡ଼ିୟମ ପହଞ୍ଚି ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ ଓ ଡିସିପି । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର୍‌, ୧୦୦ ଅଧିକାରୀ, ୨୪୦ କନଷ୍ଟେବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଷ୍ଟାଡ଼ିୟମ ଭିତରେ ସାଧା ପୋଷାକରେ ପୋଲିସ ମୁତୟନ ହେବେ ।
ପାର୍କିଂ ଆଉ ଟ୍ରାଫିକକୁ ଗୁରୁତ୍ୱ ଦିଆଯାଇଛି । ଶାନ୍ତିଶୃଙ୍ଖଳାରେ ଖେଳ ପରି·ଳନା ହେବ ସେଥିପାଇଁ କମିସନରେଟ ପୋଲିସ ପ୍ରସ୍ତୁତ ଅଛି । ଅନ୍ୟପକ୍ଷରେ ଫୁଟବଲ୍‌ ଫର ଅଲ୍‌ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଟ୍‌ ଓ କିସର ମିଳିତ ସହଯୋଗରେ ଓଡ଼ିଶାରେ ଫିଫା ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦେଶରେ ନୂଆ ଫୁଟବଲ୍‌ ପ୍ରତିଭା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍‌ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ, ବିଶ୍ୱର ସବୁଠୁ ଅଧିକ ଲୋକପ୍ରିୟ ଖେଳ ଫୁଟବଲ୍‌ । ଭାରତରେ ଫୁଟବଲର ପ୍ରସାର ପାଇଁ ଉଦ୍ୟମ କରୁଛି ଫିଫା । ଫୁଟବଲର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ମହିଳା ଫୁଟବଲର ବିକାଶ ପାଇଁ କାର୍ଯ୍ୟ ଜାରି ରହିଛି । ଭଲ ଭିତ୍ତିଭୂମି ଓ ତାଲିମ ଯୋଗୁଁ ଓଡିଶାରେ ବିଶ୍ୱକପ୍‌ ଆୟୋଜନ ହୋଇପାରିଛି । ଓଡ଼ିଶାରେ ଫିଫା ୟୁ-୧୭ ମହିଳା ବିଶ୍ୱକପ୍‌ ଆୟୋଜନ ଏକ ଗର୍ବର ମୁହୂର୍ତ୍ତ । ଏହାଦ୍ୱାରା ଓଡ଼ିଶାରେ ଫୁଟବଲର ବିକାଶ ହୋଇପାରିବ । ଓଡିଶାରେ ବିଶ୍ୱକପ୍‌ ଆୟୋଜନ କରିଥିବାରୁ ଫିଫାକୁ ଧନ୍ୟବାଦ । ଭବିଷ୍ୟତରେ ଫିଫା ସହ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହ । ସାମାଜିକ ପରିବର୍ତ୍ତନ ପାଇଁ ଫୁଟବଲ୍‌ ଏକ ବଳିଷ୍ଠ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୟୁନିଟ୍‌-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ ଫୁଟବଲ୍‌ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତ୍ୟେକ୍ଷ ଭାବେ ପିଲାମାନଙ୍କୁ ଫୁଟବଲ ବଣ୍ଟନ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମୋଡରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.