୧୦ କୋଟି ନିଅ, ମାମଲା ରଫାଦଫା କର!

0 64

ହିସାର, ୦୯/୧୦: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍‌ । ସୋନାଲିଙ୍କ ପରିବାର ଦୁଇଟି ଚିଠି ପାଇଥିବା କହିଛନ୍ତି । କେହି ଅଜଣା ବ୍ୟକ୍ତି ଏହି ଏହି ଚିଠି ପଠାଈଥିବା ଜଣାପଡ଼ିଛି । ଚିଠିରେ ସୋନାଲିଙ୍କ ମୃତ୍ୟୁ କେସ୍‌ର ରଫାଦଫା ପାଇଁ ୧୦ କୋଟି ଟଙ୍କାର ଲାଞ୍ଚ ଯଚାଯାଇଛି । ସୋନାଲି ଫୋଗାଟଙ୍କ ଭାଉଜ ଅମାନ ପୁନିଆ ଏ ବିଷରେ କହିଛନ୍ତି । ଉଭୟ ଚିଠିର ଅନୁସନ୍ଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି । ପ୍ରଥମ ଚିଠିରେ ମାମଲା ସମାଧାନ ପାଇଁ ୧୦ କୋଟି ଟଙ୍କାର ଅଫର ଦିଆଯାଇଛି । ଅନ୍ୟ ଚିଠିରେ ରାଜନୈତିକ ଅଫର ରହିଛି । ଅମାନ ପୁନିଆ କହିଛନ୍ତି ଯେ, ମାସେ ପୂର୍ବରୁ ଗୋଟିଏ ଚିଠି ଏବଂ ଏହାର ଆଉ କିଛି ଦିନ ପରେ ଆଉ ଗୋଟିଏ ଚିଠି ଆସିଥିଲା । ଦ୍ୱିତୀୟ ଚିଠିରେ ସୋନାଲିଙ୍କ ଭଉଣୀ ରୁକେଶ ଆଡାମପୁରରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟିକେଟ ଅଫର ରହିଛି । ଅମାନ ପୁନିଆ କହିଛିନ୍ତି ଯେ, ଆମର ଆମ୍‌ ଆଦମୀ ପାର୍ଟି (ଆପ)ସହ କୌଣସି ସମ୍ପର୍କ ନାହିଁ । ଆମେ ଆଗରୁ ଭାରତୀୟ ଜନତା ପାର୍ଟିରେ ଅଛୁ । ଯେକୌଣସି ରାଜନୈତିକ ପଦକ୍ଷେପ ପାଇଁ ଆମେ ଲୋକଙ୍କ ସହ ଆଲୋଚନା କରି ନିଷ୍ପତି ନେବୁ ବୋଲି ସେ କହିଛନ୍ତି । ପୂର୍ବରୁ ସୋନାଲିଙ୍କ ହତ୍ୟା ପାଇଁ ବିଜେପି ନେତା କୁଲଦୀପ ବିଷ୍ଣୁଙ୍କୁ ଦାୟୀ କରିଥିଲେ ତାଙ୍କ ଭାଇ । ରହସ୍ୟ ଘେରରେ ଥିବା ପୂର୍ବତନ ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରୁଛି । ଗତ ଅଗଷ୍ଟ ୨୨ ତାରିଖ ରାତିରେ ଗୋଆରେ ୪୩ ବର୍ଷ ବୟସ୍କ ଫୋଗାଟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା ।ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ମାମଲାର ତଦନ୍ତ କରାଇବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.