ଭୁବନେଶ୍ୱର, ୧୧ା୧୦(ଡିକେ ନ୍ୟୁଜ): ହକି ପରେ ଏବେ ଫୁଟବଲ୍ ଫିଭର । ଆରମ୍ଭ ହେଲା ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍ଘାଟିତ ହୋଇଛି ଏହି ମହିଳା ଫିଫା ବିଶ୍ୱକପ୍ । ଏହି ଅବସରରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ମ୍ୟାଚ୍ରେ
ମରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି । ୧-୦ ଗୋଲରେ ମରୋକ୍କୋକୁ ପରାସ୍ତ କରିଛି ବ୍ରାଜିଲ । ମ୍ୟାଚ୍ ଆରମ୍ଭରୁ ବ୍ରାଜିଲ ଆଟାକିଂ ଗେମ୍ ଖେଳି ମ୍ୟାଚ୍ର ୫ ମିନିଟ୍ରେ ଗୋଲ ସ୍କୋର କରିଥିଲା । ତେବେ ମରୋକ୍କୋ ଟିମ୍ ଭଲ ଖେଳିଥିଲେ ଗୋଲସ୍କୋର କରିବାରେ ସକ୍ଷମ ହୋଇନଥିଲା । ଗୋଆରେ ମଧ୍ୟ ଏହି ମହିଳା ବିଶ୍ୱକପ୍ ଫୁଟବଲ ମ୍ୟାଚ୍ ଚାଲିଛି । ସେଠାରେ ନ୍ୟୁଜିଲାଣ୍ଡକୁ ହରାଇ ଚିଲି ବିଜୟ ହାସଲ କରିଛି । ତେବେ କଳିଙ୍ଗ ଷ୍ଟାଡିୟମ୍ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚ୍କୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ସମୟରେ କମ୍ପିଥିଲା ଷ୍ଟାଡିୟମ୍ ପରିସର । ମତୁଆଲା ହୋଇଥିଲେ ଦର୍ଶକ । ତେବେ ଆମେରିକା ଓ ଭାରତ ମଧ୍ୟରେ ଚାଲିଥିବା ମ୍ୟାଚରେ ଆମେରିକା ବିଜୟୀ ହୋଇଛି । ଭାରତୁ ୦-୮ଗୋଲରେ ପରାସ୍ତ କରିଛି ଆମେରିକା । ଗୋଆରେ ଜର୍ମାନୀ ଏବଂ ନାଇଜେରିଆ ମଧ୍ୟରେ କଡା ଟକ୍କର ଦେଖାଦେଇଛି ।
ଫିଫା ୟୁ-୧୭ ମହିଳା ବିଶ୍ୱକପ୍ ଉଦ୍ଘାଟିତ କମ୍ପିଲା କଳିଙ୍ଗ ଷ୍ଟାଡିୟମ୍
Prev Post
Next Post