ବଲିଉଡ଼ ବାଦଶାହ ଶାହରୁଖ ଖାନ ଓ ଭାଇଜାନ୍ ସଲମାନ ଖାନଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ଦୁହିଁଙ୍କ ଫିଲ୍ମ “ପଠାନ୍’ ଓ “କିସିକା ଭାଇ କିସିକି ଜାନ୍’ ମଧ୍ୟରେ ହେବ ଜବରଦସ୍ତ ଟକ୍କର । ତେବେ ଏହି ଟକ୍କର ବକ୍ସ ଅଫିସରେ ନୁହେଁ ବରଂ ଆଇସିସି ଟି-୨୦ ବିଶ୍ୱକପ ସମୟରେ ଘଟିବାକୁ ଯାଉଛି । ମିଳିଥିବା ସୂଚନା ମୁତାବକ,
ଯେଉଁଦିନ କ୍ରିକେଟ୍ ମଇଦାନରେ ଭାରତ ବନାମ ପାକିସ୍ତାନ ଯୁଦ୍ଧ ହେବ ସେହିଦିନ ବଲିଉଡର ଦୁଇ ଖାନଙ୍କ ମଧ୍ୟରେ ଟକ୍କର ହେବ । ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ଅର୍ଥାତ୍ ଅକ୍ଟୋବର ୨୩ରେ ଉଭୟଙ୍କ ଆଗାମୀ ଚଳଚ୍ଚିତ୍ରର ଟିଜର ରିଲିଜ୍ ହେବ । ଏଠାରେ ଉଲ୍ଲେଖଯୋଗ୍ୟ, ଶାହରୁଖଙ୍କ ଫିଲ୍ମ “ପଠାନ’ରେ ସଲମାନ ଏବଂ ସଲମାନଙ୍କ ଫିଲ୍ମ “କିସି କା ଭାଇ କିସି କି ଜାନ’ରେ ଶାହରୁଖଙ୍କୁ ଦେଖିବାକୁ ମିଳିବ । ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ “ପଠାନ୍’ ଚଳଚ୍ଚିତ୍ରରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୫ ଜାନୁୟାରୀ, ୨୦୨୩ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ସଂକ୍ଷିପ୍ତ ଭୂମିକା ରହିଛି ।ବର୍ଷ ଶେଷରେ ବକ୍ସ ଅଫିସରେ ଧମାଲ୍ କରିବେ ସଲମାନ: ସଲମାନ ଖାନ ୨୦୨୨ ବର୍ଷର ଶେଷରେ ବକ୍ସ ଅଫିସରେ ଧମାଲ୍ କରିବାକୁ ଯାଉଛନ୍ତି । ତାଙ୍କର ଚଳଚ୍ଚିତ୍ର “କିସି କା ଭାଇ କିସି କି ଜାନ’ ଚଳିତ ବର୍ଷ ଡିସେମ୍ବର ୩୦ରେ ପ୍ରେକ୍ଷାଳୟକୁ ଆସିବ । ଏହି ଫିଲ୍ମରେ ପୂଜା ହେଗଡେ ପ୍ରଥମ ଥର ପାଇଁ ତାଙ୍କ ସହ ନଜର ଆସିବେ । ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଭେଙ୍କଟେଶ ଦଗୁବତୀ, ରାମ ଚରଣ, ଜସ୍ସୀ ଗିଲ, ଶହନାଜ ଗିଲ, ସିଦ୍ଧାର୍ଥ ନିଗମ, ପଲକ ତିୱାରୀ, ରାଘବ ଜୁୟାଲ ଏହି ଚଳଚ୍ଚିତ୍ରରେ ନଜ ଆସିବେ ।
ଭାରତ-ପାକ୍ ମ୍ୟାଚ୍ରେ ସଲମାନ-ଶାହାରୁଖ ଲଢେଇ
Prev Post