ପ୍ରଚାରରେ ବିଜେଡି ଆଗୁଆ

0 40

ଭୁବନେଶ୍ୱର, ୨୬ା୧୦ (ଡିକେ ନ୍ୟୁଜ୍‌): କମ୍ପୁଛି ଧାମନଗର, ଜମୁଛି ପ୍ରଚାର ଯୁଦ୍ଧ । ଦିନକ ପରେ ଆହୁରି ଘମାଘୋଟ ହେବ ପ୍ରଚାର । ୨୮ରୁ ବିଜୁ ଯୁବ ଓ ଛାତ୍ର ଜନତା
ଦଳର ସମାବେଶ ଆୟୋଜିତ ହେବ । ଏଥିରେ ବରିଷ୍ଠ ନେତାମାନେ ସାମିଲ୍‌ ହେବେ । ଆସନ୍ତା ୩୧ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ୬ଟି ଜୋନ୍‌ରେ ସମାବେଶ ପାଇଁ ଦଳର ହେଭିୱେଟ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ଧାମନଗର ଜୋନ୍‌ର ଭଗବାନପୁରଠାରେ ପ୍ରଚାରକୁ ଜୋରଦାର କରିଛି ଦଳ । ଗାଁ ଗାଁ ବୁଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବରିଷ୍ଠ ନେତାଙ୍କ ସହିତ କ୍ୟାମ୍ପେନ୍‌ ଚଳାଇଛନ୍ତି । ଆଗକୁ ଭଲ ମାର୍ଜିନ୍‌ରେ ଜିତିବୁ ବୋଲି ବରିଷ୍ଠ ବିଜେଡି ନେତା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୩ଦଳ ପ୍ରଚାର ଅଭିଯାନ ଚଳାଇଥିଲେ ହେଁ ବିଜେଡି କିନ୍ତୁ ଆଗରେ ରହିଛି । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ôଥନୀ ଅବନ୍ତୀ ଦାସ । ଯାହା ଦେଖାଯାଉଛି ଅଧିକାଂଶ ଲୋକ ନବୀନ ବାବୁଙ୍କ ବିକାଶ ଧାରାକୁ ପ୍ରଶଂସା କରି ବିଜେଡିକୁ ଭୋଟ୍‌ ଦେବା ପାଇଁ ଏକପ୍ରକାର ମନସ୍ଥ କରିଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ୩ରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ହୋଇଥିଲା । ଏହାର ଦୁଇବର୍ଷ ପରେ ସମାନ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ହେଉଛି ମତଦାନ । ବାଲେଶ୍ୱର ଆସନ ଆଗରୁ ବିଜେପି ହାତରେ ଥିଲା । ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଉପନିର୍ବାଚନରେ ତାଙ୍କ ପୁଅ ମାନସ ଦତ୍ତ ବିଜେପି ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବିଜେଡି ନବାଗତ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରି ବାଲେଶ୍ୱର ଆସନକୁ ହାତେଇ ନେଇଥିଲା । ଏବେ ବାଲେଶ୍ୱର ଭଳି ଧାମନଗର ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିବ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୁଣା ମୁହଁକୁ ପ୍ରାର୍ଥୀ ନକରି ଏସ୍‌ଏଚ୍‌ଜି ସଦସ୍ୟା ତଥା ନୂଆ ମୁହଁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରି ମାଷ୍ଟର ଷ୍ଟ୍ରୋକ୍‌ ଖେଳିଛନ୍ତି । ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନରେ ବିଜେଡି ସୁପ୍ରିମୋ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିଥିଲେ । ଏବେ ଧାମନଗର ଉପନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନ୍ତା ୩୧ରେ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ୧ ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ସରିବାକୁ ଥିବାରୁ ପ୍ରଚାରରେ କମ୍ପୁଛି ଧାମନଗର । ନିରପେକ୍ଷ ନିର୍ବାଚନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅବାଧ ନିର୍ବାଚନ ପାଇଁ ୧୧୦୮ ପୋଲିଂ ପର୍ସନ ନିୟୋଜିତ ହେବେ । ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବାର ବ୍ୟବସ୍ଥା ରହିଛି । ସୁରୁଖୁରୁରେ ଉପନିର୍ବାଚନ କରିବା ପାଇଁ ଦୁଇଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ôଚସାରିଛନ୍ତି । ସେମାନେ ନିର୍ବାଚନ ପ୍ରକ୍ରିୟା ଉପରେ କଡ଼ା ନଜର ରଖିଛନ୍ତି ।

Leave A Reply

Your email address will not be published.