୨୮ରୁ ହକି ମହାକୁମ୍ଭ:କମ୍ପିବ କଳିଙ୍ଗ

0 60

ଭୁବନେଶ୍ୱର, ୨୫ା୧୦: ଆସନ୍ତା ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ । ହକି ପ୍ରୋ ଲିଗ ୨୦୨୨-୨୩ରେ ଅଂଶଗ୍ରହଣ କରିବେ ଭାରତ ସମେତ ସ୍ପେନ ଓ ନ୍ୟୁଜଲାଣ୍ଡ ଟିମ । ପୂର୍ବରୁ ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଆଜି ସ୍ପେନର ୨୬ ଜଣିଆ ଟିମ ପହଞ୍ଚିଛି । ସ୍ପେନ ଟିମ ବିମାନ ବନ୍ଦରରେ ପହଁଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । କଡା ସୁରକ୍ଷାରେ ଏକ ସ୍ୱତନ୍ତ୍ର ବସ ଯୋଗେ ସ୍ପେନ ଟିମ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି । ପ୍ରୋ ଲିଗ ମ୍ୟାଚ ପାଇଁ ଟିମ ବେଶ ପ୍ରସ୍ତୁତ ଥିବା ବେଳେ ଆଗକୁ ବିଶ୍ୱକପ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଦଳର ଅଭ୍ୟାସ ପାଇଁ ବେଶ ସହାୟକ ହେବ ବୋଲି ସ୍ପେନ ଟିମ କୋଚ ମାକ୍ସି ମିଲାନୋ କହିଛନ୍ତି । କଳିଙ୍ଗ ଷ୍ଟାଡିୟମର ପଡିଆ ଖୁବ ଭଲ, ଏହା ସହିତ ରାଉରକେଲା ରେ ମଧ୍ୟ ବିଶ୍ୱକପ ହେବାକୁ ଥିବାରୁ ସେଠାକୁ ଯାଇ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରୋ ଲିଗ ପାଇଁ ଆଜି ରାତିରୁ ଟିମ ଅଭ୍ୟାସ ଆରମ୍ଭ କରିବ । ସ୍ପେନ ଟିମ ଭଲ ପ୍ରଦର୍ଶ କରିବେ ବୋଲି ଆଶା ରଖିଛନ୍ତି ସ୍ପେନ ହକି ଟିମର କୋଚ । ଅପରପକ୍ଷେ ଅପରାହ୍ନ ସାଢେ ୧ଟା ସମୟରେ ନ୍ୟୁଜଲାଣ୍ଡ ଟିମ୍‌ ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.