କମ୍ପୁଛି ଧାମନଗର: ବିଜେଡିର ସାରଥୀ ମହିଳା ଘରେ ଘରେ ପହଞ୍ଚାଉଛନ୍ତି ବିକାଶର ବାର୍ତ୍ତା

0 63

ଭୁବନେଶ୍ୱର, ୨୮ା୧୦ (ଡିକେ ନ୍ୟୁଜ୍‌): ଧାମନଗର ଉପନିର୍ବାଚନକୁ ଆଉ ପାଞ୍ଚ ଦିନ । ଗାଁ ଗାଁରେ ପୋଷ୍ଟର ୱାର ଚାଲିଛି । ସଭା, ଶୋଭଯାତ୍ରାରେ ଦୁଲୁକୁଛି ଗାଁଠୁ ସହର । ଜମୁଛି ଡୋର ଟୁ ଡୋର କ୍ୟାମ୍ପେନିଂ । ପ୍ରଚାର ମୈଦାନରେ ହେଭିୱେଟ୍‌ । ବିଜେଡିର ଷ୍ଟାର କ୍ୟାମ୍ପେନର ପାଲଟିଛନ୍ତି ମହିଳା । ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ବିକାଶ ଭିଜନକୁ ଘରେ ଘରେ ପହଞ୍ଚାଇବାକୁ ସାରଥୀ ସାଜିଛନ୍ତି ମହିଳା । ସକାଳୁ
ସକାଳୁ ପତାକା ଧରି ଦଳୀୟ ଉତ୍ତରୀୟ ପକାଇ ବାହାରୁଛନ୍ତି ପ୍ରଚାରକ । ଘରକୁ ଘର ବୁଲି ଅବନ୍ତୀଙ୍କୁ ସାଙ୍ଗରେ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳନ ଯୋଜନା ସମ୍ପର୍କରେ ଭୋଟରଙ୍କୁ ବୁଝାଉଛନ୍ତି । ଯେଉଁ ଦଳର ଯେତେ ଷ୍ଟାର ପ୍ରଚାରକ ଆସିଲେ ବି କିଛି ଫରକ ପଡ଼ିବନି ବୋଲି ମା’ମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଧାମନଗର, ତିହିଡି ଓ ଧୁଷୁରି ଅଞ୍ଚଳରେ ଏହି ମହିଳାମାନେ ଜୋରଦାରରେ ପ୍ରଚାର ଚଳାଉଛନ୍ତି । ଏମାନଙ୍କୁ ଭୋଟରମାନେ ମଧ୍ୟ ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳୁଛି । ଗାଁ ଗାଁରେ ଅବନ୍ତୀଙ୍କୁ ଫୁଲ, ଚନ୍ଦନ ଓ ଧୂପଦୀପରେ ବନ୍ଦାପନା କରି ସ୍ୱାଗତ କରାଯାଉଛି । ଧୁଷୁରିର ୮ଟି ପଞ୍ଚାୟତରେ ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ସାଙ୍ଗରେ ନେଇ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଣବ ବଳବନ୍ତରାୟ, ମୁଖପାତ୍ର ଏଲିନା ଦାସ ପ୍ରମୁଖ ରୋଡ୍‌ ଶୋ’ କରିବା ସହିତ ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି । ସମୟ ଯେତିକି ପାଖେଇ ଆସୁଛି, ସେତିକି ଉଷ୍ମ ହେଉଛି ଧାମନଗରର ପରିବେଶ । ଆଜି କଂଗ୍ରେସ ପାଇଁ ପିସିସି ସଭାପତିଙ୍କ ସମେତ ହେଭିୱେଟ୍‌ ନେତା ପ୍ରଚାର କରିଥିବା
ବେଳେ ବିଜେପି ପାଇଁ ଭୋଟ ମାଗିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ହାଟ-ବାଟ-ବଜାର ସବୁଠି ଏବେ ନିର୍ବାଚନ ତାତି । କାହାକୁ ନେତା ବାଛିବେ ଭୋଟର ? ସମର୍ଥନ ଯୋଗାଡ଼ କରିବାକୁ ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି ନେତା ଓ କର୍ମୀ ।

Leave A Reply

Your email address will not be published.