ଧଉଳି ଶାନ୍ତିସ୍ତୂପକୁ ୫୦ ବର୍ଷ ଶାନ୍ତିର ବିକଳ୍ପ ନାହିଁ: ନବୀନ

0 64

ଭୁବନେଶ୍ୱର, ୨୮ା୧୦(ଡିକେ ନ୍ୟୁଜ): ଶୁକ୍ରବାର ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ
ସାମିଲ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବେଦ୍ଧ ସନ୍ନ୍ୟାସୀ । ବିଶ୍ୱ ଶାନ୍ତିv ଉଦ୍ଦେଶ୍ୟରେ ବୌଦ୍ଧ ସାଧୁ ସନ୍ଥଙ୍କ ଶାନ୍ତିମନ୍ତ୍ରରେ କମ୍ପିଛି ପରିବେଶ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ସେ ସମସ୍ତ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ଧଉଳି ଶାନ୍ତିସ୍ତୂପ ବିଶ୍ୱଶାନ୍ତିର ବାର୍ତ୍ତା ପ୍ର·ର କରୁଛି । ଏହା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଛି । ଏହି ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହା ଏକ ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି ବୋଲି ନବୀନ କହିଛନ୍ତି । ହିଂସା ଓ ଯୁଦ୍ଧରୁ ଶାନ୍ତି ପ୍ରତିଷ୍ଠାର ମୂକସାକ୍ଷୀ ହେଉଛି ଓଡ଼ିଶା । ଧଉଳି ଶାନ୍ତିସ୍ତୂପ ହେଉଛି ମାନବତା ବିଜୟର ବଡ଼ ପ୍ରତୀକ । ଶାନ୍ତିର ବିକଳ୍ପ ନାହିଁ । ଆସନ୍ତୁ ଆମେ ହାତ ମିଳାଇବା । ଏକ ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା । ଏମିତି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯାଗେଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଧଉଳି ଆଜି ଶାନ୍ତିମନ୍ତ୍ରରେ କମ୍ପୁଛି । ଏହା ସମସ୍ତଙ୍କ ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ । କଳିଙ୍ଗ ଯୁଦ୍ଧ ଓ ଧଉଳି ପୃଥିବୀ ଇତିହାସରେ ଯୋଡ଼ିଛି ନୂଆ ଅଧ୍ୟାୟ । ବିଶ୍ୱ ଶାନ୍ତି ଓ ସହାବସ୍ଥାନର ବାର୍ତ୍ତା ଦେଇଛି ଏ ପବିତ୍ର ସ୍ଥାନ । ଏ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଆନନ୍ଦର ପର୍ବ । ଧଉଳି ହେଉଛି ଆଧୁନିକ ସ୍ଥାପତ୍ୟ କଳାର ବଡ଼ କୀର୍ତ୍ତିରାଜି । ବିଶ୍ୱ ଶାନ୍ତି ଓ ଭାରତ-ଜାପାନର ବନ୍ଧୁତାର ଏହା ହେଉଛି ନିଦର୍ଶନ । ଏହି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ସହ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଏହାକୁ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ ୯୫ କୋଟି ଟଙ୍କା ବ୍ୟୟରେ ଦୟା ନଦୀରେ ଏକ ଇନ୍‌ଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ । ପୃଥବୀର ବିଭିନ୍ନ ଦେଶରୁ ଏକାଠି ହୋଇଥିବା ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଛା ଜଣାଇଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶାକେ ପଣ୍ଡା, ଅଶ୍ୱିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ । ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ଧଉଳିକୁ ନିମନ୍ତ୍ରିତ ହୋଇଛନ୍ତି ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ନ୍ୟାସୀ । ଜୟନ୍ତୀ ସମାରୋହର ଅବ୍ୟବହିତ ପୂର୍ବରୁ ଧଉଳିରେ ପହଞ୍ଚିଥିଲେ ବହୁ ବୌଦ୍ଧ ସନ୍ନ୍ୟାସୀ । ଜାପାନ, ଶ୍ରୀଲଙ୍କା, ମାଲେସିଆ, ନେପାଳ, ରୁଷ, ଇଂଲଣ୍ଡ, ୟୁକ୍ରେନ୍‌, ଆମେରିକା ଆଦି ଦେଶର ବୌଦ୍ଧ ସନ୍ନ୍ୟାସୀମାନେ ଆଜି ଧଉଳିରେ ପହଞ୍ଚିଥିଲେ । ବୌଦ୍ଧ ସନ୍ନ୍ୟାସୀମାନଙ୍କର ସ୍ୱାଗତ ସକ୍ରାର ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ସୁବିଧା କରାଯାଇଥିଲା । ସେମାନଙ୍କର ରହଣି ଲାଗି ରାଜ୍ୟ ଅତିଥି ଭବନ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ସର୍କିଟ୍‌ ହାଉସ୍‌ ଏବଂ ଏସ୍‌ଆଇଆଇଆରଡିରେ ବ୍ୟବସ୍ଥା କରାଯାଇଥିଲା । ଗତକାଲି ପୂର୍ବାହ୍ନରେ ବୌଦ୍ଧଭିକ୍ଷୁ ଓ ସନ୍ନ୍ୟାସୀମାନେ ଧଉଳି ଛକରେ ପହଞ୍ଚିବା ପରେ ପ୍ରଥମେ ଧଉଳି ପଞ୍ଚାୟତବାସୀଙ୍କ ତରଫରୁ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ଧଉଳି ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ଅଶୋକଙ୍କ ଶିଳାନୁଶାସନ ଏବଂ ହାତୀପାର୍କ ନିକଟରେ ପହଞ୍ଚିଥିଲା । ଶାନ୍ତି ପଦଯାତ୍ରା ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏଡିଏମ୍‌ ପ୍ରଫୁଲ୍ଲ ସ୍ୱାଇଁ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ, ଧଉଳି ସରପଞ୍ଚ ଚନ୍ଦନ କୁମାର ମଲ୍ଲିକ, କଳିଙ୍ଗ ନିପନ ବୁଦ୍ଧ ସଂଘର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ । ହାତୀପାର୍କ ନିକଟରେ ସନ୍ନ୍ୟାସୀମାନେ ଖାଦ୍ୟ ପାନୀୟ ଗ୍ରହଣ କରିଥିଲେ । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେଠାରେ ସନ୍ନ୍ୟାସୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ସେମାନେ ଭଗବାନ ବୁଦ୍ଧଙ୍କ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ଶାନ୍ତିସ୍ତୂପ ଉପରକୁ ଯାଇଥିଲେ । ସେଠାରେ ସମବେତ କଣ୍ଠରେ ଉଚ୍ଚାରିତ ହୋଇଥିଲା ବୁଦ୍ଧ ମନ୍ତ୍ର । ଦୀର୍ଘ ସମୟ ଧରି ସେଠାରେ ପୂଜାର୍ଚ୍ଚନା ·ଲିଥିଲା । ଏହାପରେ ପ୍ରଶାସନ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସନ୍ନ୍ୟାସୀମାନେ ସାମିଲ୍‌ ହୋଇଥିଲେ ।

Leave A Reply

Your email address will not be published.