ନିର୍ମାଣ ହେବ ସି-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ

0 65

ଟାଟା ଏବଂ ଏୟାରବସ ମଧ୍ୟରେ ଏମ୍‌ଓୟୁ୍‌ ନୂଆଦିଲ୍ଲୀ: ଗୁଜରାଟର ଭଦୋଦରା ରେ ବାୟୁସେନ ପାଇଁ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ କରାଯିବ । ଏନେଇ ଟାଟା ଏବଂ ଏୟାରବସ ସହ ଏକ ଡିଲ୍‌ ହୋଇଛି, ଏହା ଜରିଆରେ ବାୟୁସେନା ପାଇଁ ଅତ୍ୟାଧୁନିକ ଏୟାରକ୍ରାଫ୍ଟ ନିର୍ମାଣ କରାଯିବ । ତେବେ ସବୁଠୁ ବଡ଼ କଥା ହେଉଛି ଆଜି ଯାଏ ଏହିପରି ଏୟାରକ୍ରାଫ୍ଟ ଭାରତରେ ନିର୍ମାଣ କରାଯାଉ ନଥିଲା । ପ୍ରଥମଥର ପାଇଁ ଏୟାରବସ ସହ ଚୁକ୍ତି କରି ଟାଟା ଗୁଜରାଟରେ ସି-୨୯୫ ଏୟାରକ୍ରାଫ୍ଟ ଭାରତରେ ନିର୍ମାଣ କରିବ । ଗୁଜରାଟର ଭଦୋଦରାରେ ଗୋଟିଏ ପ୍ଲାଣ୍ଟରେ ଏହି ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦ରେ ଏହି ପ୍ଲାଣ୍ଟର ଶିଳାନ୍ୟାସ କରିବେ । ସୂଚନା ଅନୁସାରେ ଟାଟା ଏବଂ ଏୟାରବେସ ମିଳିତ ଭାବେ ବାୟୁସେନା ପାଇଁ ମୋଟ ୪୦ଟି ଏୟାରକ୍ରାଫ୍ଟ ନିର୍ମାଣ କରିବେ । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ୱରରେ ଭାରତ ୨୧ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲା । ଏହି ଡିଲ୍‌ ଅନୁସାରେ ଏୟାରବସ ଡିଫେନ୍ସଠାରୁ ଭାରତ ୫୬ଟି ସି-୨୯୫ ଏୟାରକ୍ରାଫ୍ଟ କିଣିବ । ଏଥିରୁ ୧୬ଟି ବିମାନ ସମ୍ପୂର୍ଣ୍ଣ ନିର୍ମାଣ ହୋଇ ଭାରତକୁ ମିଳିବ । ଅନ୍ୟ ୪୦ ଏୟାରକ୍ରାଫ୍ଟ ଗୁଜରାଟର ବଦୋଦରାରେ ନିର୍ମାଣ କରାଯିବ । ଏହାଦ୍ୱାରା ମେକ୍‌ ଇନ୍‌ ଇଣ୍ଡିଆକୁ ଅଧିକ ବଳ ମିଳିବ ।

Leave A Reply

Your email address will not be published.