ଭିକି କୌଶଲଙ୍କ ଫିଲ୍ମରୁ ଆଉଟ୍‌ ହେଲେ ସାରା

0 68

ମୁମ୍ବାଇ ୨୭ ।୧୦: ଅଭିନେତ୍ରୀ ସାରା ଅଲି ଖାନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଷ୍ଟାରକିଡ୍‌ସଙ୍କ ମଧ୍ୟରୁ ଅନ୍ୟତମ । ସୈଫ ଅଲି ଖାନଙ୍କ ଲାଡଲୀ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ତାଙ୍କ ବିଷୟରେ ଆଉ ଏକ ଖବର ଆସୁଛି । ଯାହା ସାରାଙ୍କ ପ୍ରଶଂସକଙ୍କୁ ନିରାଶ କରିପାରେ । ଖବର ଅନୁଯାୟୀ, ଭିକି କୌଶଲଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ଦ ଇମୋର୍ଟଲ ଅଶ୍ୱଥାମା’ରୁ ସାରାଙ୍କୁ ବାହାର କରାଯାଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେଉଛି । ଏହାକୁ ନେଇ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି । ଫିଲ୍ମରେ ସ୍କ୍ରିଫ୍ଟ ଏବଂ ମୁଖ୍ୟ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି । କହିବାକୁ ଗଲେ ଯେ “ଅଶ୍ୱଥାମା’ ଦୀର୍ଘ ଦିନ ଧରି ଆଲୋଚନାରେ ରହିଆସୁଛି । ପ୍ରଶଂସକମାନେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଖୁବ୍‌ ଆଗ୍ରହୀ । କିନ୍ତୁ, ବର୍ତ୍ତମାନ କୁହାଯାଉଛି ଯେ ଏହି ଫିଲ୍ମ ଆସନ୍ତା ବର୍ଷ ସୁଦ୍ଧା ମୁକ୍ତିଲାଭ କରିବ । ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଥମ ଅଭିନେତ୍ରୀ ସାରା ଅଲି ଖାନ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଥିଲେ । କିନ୍ତୁ, ବର୍ତ୍ତମାନ ସେ ଫିଲ୍ମରୁ ବାହାରି
ଯାଇଛନ୍ତି । ନିର୍ମାତାଙ୍କ ଅନୁଯାୟୀ, ବିକିଙ୍କଠାରୁ ବଡ ଦେଖାଯାଉଥିବା ଜଣେ ଅଭିନେତ୍ରୀ ଏହି ଫିଲ୍ମରେ ଅଭିନୟ କରିବେ । ଶୁଣିବାକୁ ମିଳୁଛି କି ନିର୍ମାତା ସାମନ୍ଥା ରୁଥ ପ୍ରଭୁଙ୍କୁ ଫାଇନାଲ୍‌ କରିଛନ୍ତି । ହେଲେ ନିର୍ମାତାମାନେ ଏପର୍ଯ୍ୟନ୍ତ ଏବିଷୟରେ କୌଣସି ପ୍ରକାରର ନିଶ୍ଚିତ କରି ନାହାନ୍ତି । ଆଦିତ୍ୟ ଧର ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମର ପ୍ରି-ପ୍ରଡକ୍ସନ୍‌ କାମ ମଧ୍ୟ ଆରମ୍ଭ ହୋଇଛି । କୁହାଯାଉଛି ଯେ ଏହି ଚଳଚ୍ଚିତ୍ରର କାହାଣୀ ମହାଭାରତର ଅଶ୍ୱଥାମ ଚରିତ୍ର ଉପରେ ଆଧାରିତ ।

Leave A Reply

Your email address will not be published.