ତିଆରି ହେବ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ଜୁଆର ମାଡ଼ରୁ ବଞ୍ôଚବ ଉପକୂଳ

0 67

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସବୁବେଳେ ସମ୍ମୁଖୀନ ହେଉଥିବା ଓଡ଼ିଶାରେ ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସିଛନ୍ତି । ରାଜ୍ୟର ଏହି ଦାବି ପ୍ରତି କେନ୍ଦ୍ର ସରକାର କର୍ଣ୍ଣପାତ କରୁନଥିବା ବେଳେ ନିଜ ସମ୍ବଳରେ ଲୁଣାବନ୍ଧ ସୁଦୃଢ଼ୀକରଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗତ ଅଗଷ୍ଟ ୧୨ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଥିପାଇଁ ୭୬୩.୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅର୍ଥକୁ କିପରି ବିନିଯୋଗ କରାଯିବ ଏଥିପାଇଁ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାରେ ମୋଟ ୩୬ଟି ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ ନିର୍ମାଣ ହେବ ଓ ସମସ୍ତ କାର୍ଯ୍ୟ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଅଧୀନରେ ରାଜ୍ୟର ୪ଟି ଉପକୂଳବର୍ତ୍ତୀ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ପ୍ରାୟ ୧୯୮.୮୧ କିଲୋମିଟର ବାତ୍ୟା ପ୍ରତିରୋଧୀ ଲୁଣାବନ୍ଧ ପ୍ରକଳ୍ପ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବାତ୍ୟା ସମୟରେ ଏହି ୪ ଜିଲ୍ଲାରେ ସମୁଦ୍ର ଲୁଣା ଜୁଆର ମାଡ଼ି ଆସେ । ଏହାଦ୍ୱାରା ବହୁ ·ଷଜମି କ୍ଷୟକ୍ଷତି ହୁଏ । ତେଣୁ ଉପକୂଳ ସୁରକ୍ଷା ନିମନ୍ତେ ଏହି ବନ୍ଧଗୁଡ଼ିକୁ ନିର୍ମାଣ କରାଯିବ । ଏହାଦ୍ୱାରା ବନ୍ୟା ଓ ସମୁଦ୍ର ଜୁଆରରୁ ·ଷ କ୍ଷେତଗୁଡ଼ିକୁ ସୁରକ୍ଷିତ ରଖାଯାଇପାରିବ । ପ୍ରାଥମିକ ଭାବେ ଚଳିତ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ମୋଟ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ବଳକା ୬୬୩ କୋଟି ୪୮ ଲକ୍ଷ ଟଙ୍କା ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ସହ ବିଭିନ୍ନ ବିଭାଗ ସମ୍ପୃକ୍ତ ରହୁଥିବା ପ୍ରକଳ୍ପର ସଠିକ୍‌ କାର୍ଯ୍ୟନ୍ୱୟନ ପାଇଁ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ । ଏହି କମିଟିରେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ, ୪ ଜିଲ୍ଲାର ଜିଲ୍ଲାପାଳ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରି·ଳନା କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଉପକୂଳ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ପ୍ରମୁଖ ସଦସ୍ୟ ରହିବେ । ଏହି କମିଟି ପ୍ରତି ୩ ମାସରେ ଥରେ ବୈଠକ କରିବା ସହ ବିଭିନ୍ନ ସମସ୍ୟା ତଥା ପ୍ରକଳ୍ପର କାର୍ଯ୍ୟନ୍ୱୟନ ସମ୍ପର୍କରେ ଅନୁଧ୍ୟାନ କରିବ । ସେହିପରି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ପ୍ରତି ମାସ ସମୀକ୍ଷା କରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାରେ ସମୁଦ୍ର ତଟ ସୁରକ୍ଷା ଓ ଲୁଣିବନ୍ଧ ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ଏବଂ ରାଷ୍ଟ୍ରୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଏନ୍‌ଆଇଓଟି) ମଧ୍ୟରେ ଏକ ବୁଝାମଣା ପତ୍ର ଗତ ଅଗଷ୍ଟ ମାସ ୧୦ ତାରିଖରେ ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ପତ୍ର ଅନୁଯାୟୀ ଏନ୍‌ଆଇଓଟି ଏଥିପାଇଁ ବୈଷୟିକ ସହାୟତା ଏବଂ ଆଧୁନିକ ଜ୍ଞାନକୌଶଳ ଯୋଗାଇଦେବ । ଏହା ଫଳରେ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏହି ଏମଓୟୁ ବେଶ୍‌ ସହାୟକ ହୋଇପାରିବ ।

Leave A Reply

Your email address will not be published.