ସୁବର୍ଣ୍ଣ ଜୟନ୍ତୀ ପାଳିବ ଧଉଳି: ଯୋଗଦେବେ ମୁଖ୍ୟମନ୍ତ୍ରୀ

0 73

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ଧୁମ୍‌ଧାମରେ ପାଳିତ ହେବ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଜୋରଦାର ·ଲିଛି । ଦେଶ ବିଦେଶରୁ ଆସିଛନ୍ତି ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଓ ଭିକ୍ଷୁ । ଆଜି ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୌଦ୍ଧ ସାଧୁ ସନ୍ଥ । ରାଜଭବନ ନିକଟ ସ୍ୱତନ୍ତ୍ର ସର୍କିଟ୍‌ ହାଉସରୁ ବାହାରି ଏକ ଶାନ୍ତି ଶୋଭାଯାତ୍ରା ଧଉଳି ପର୍ଯ୍ୟନ୍ତ ଯାଇଥିଲା । ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ର·ରକମାନେ ଯୋଗଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ । ପରେ ଧଉଳି ଶାନ୍ତିସ୍ତୂପ ନିକଟରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ଅବସରରେ ଗୁରୁବାର ଏବଂ ଆସନ୍ତାକାଲି ଦୁଇଦିନ ଧରି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଶାନ୍ତିସ୍ତୂପ ଧଉଳି । ଆସନ୍ତାକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେପଟେ ନୂତନ ରୂପରେ ସଜେଇ ହୋଇଛି ଧଉଳି ।

Leave A Reply

Your email address will not be published.