ଆପ୍‌ରେ ଅଭିଯୋଗ କରିବେ ସାଧାରଣ ଲୋକ ଭୋଟରଙ୍କୁ ପ୍ରଲୋଭିତ କଲେ କାର୍ଯ୍ୟାନୁଷ୍ଠାନ

0 42

ଭୁବନେଶ୍ୱର, ୨୭ା୧୦(ଡିକେ ନ୍ୟୁଜ): ଧାମନଗର ଉପନିର୍ବାଚନକୁ ନେଇ ଶେଷ ପର୍ଯ୍ୟାୟରେ ପ୍ରଶାସନର ପ୍ରସ୍ତୁତି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାଜନୈତିକ ଦଳ ବିରୋଧରେ ଆସିଛି ଅନେକ ଅଭିଯୋଗ । ରାଜନୈତିକ ଦଳ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଭଳି ଅଭିଯୋଗ ହୋଇଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହୋଇଥିବା ମଡେଲ କୋଡ଼ ଅଫ କଣ୍ଡକ୍ଟ ପାଳନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କଠୋର ହୋଇଛନ୍ତି । ରାଜନୈତିକ ଦଳର ନେତା, କର୍ମୀ ଓ ପ୍ରାର୍ଥୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲେହାନୀ ଚେତାବନୀ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ମାନନ୍ତୁ, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏବେ ସୁଦ୍ଧା ୧୦୨ଟି ଅଭିଯୋଗ ଆସିଛି ଏବଂ ୨୧୬ ଜଣ ଗିରଫ ହୋଇଛନ୍ତି । ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକାଇବା ଭଳି ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ । ଏଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ସି. ଭିଜିଲ ଆପ୍‌ ଜରିଆରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ । ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ସିଇଓ । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଛନ୍ତି ଯେ, ରାଜନୈତିକ ଦଳଗୁଡିକ ବିରୋଧରେ ବହୁତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି । ଭୋଟରଙ୍କୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକଇବା ଭଳି ମଧ୍ୟ ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ । ଏଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ସିଭିଜିଲ ଆପ ମାଧ୍ୟମରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ । ଅଭିଯୋଗ ଆସିଲେ ୧୦୦ ମିନିଟ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୋବାଇଲ ଭିଡ଼ିଓ ପ୍ରମାଣ ରୂପେ ନିଆଯିବ । କୌଣସି ଦଳ ବା କର୍ମୀ ବେଆଇନ କାର୍ଯ୍ୟ କରୁଥିଲେ ଲୋକମାନେ ସି-ଭିଜିଲ ଆପ ମାଧ୍ୟମରେ ଅଭିଯୋଗ କରିପାରିବେ । ବର୍ତ୍ତମାନ ସୁଦ୍ଧା ସି-ଭିଜିଲ ଆପ ଜରିଆରେ ୬ଟି ଅଭିଯୋଗ ଆସିଛି ।

Leave A Reply

Your email address will not be published.