ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ୪ରେ କୋଲକାତା ଯିବେ ନବୀନ

0 70

ଭୁବନେଶ୍ୱର, ୨୮ା୧୦ (ଡିକେ ନ୍ୟୁଜ୍‌): ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକାଠି ଦେଖିବାକୁ ମିଳିବ । ଦୁଇବର୍ଷ ପରେ ନଭେମ୍ବର ୫ରେ ହେବାକୁ ଥିବା ଏହି ବୈଠକ ପାଇଁ ନଭେମ୍ବର ୪ରୁ ଦୁଇଦିନିଆ କୋଲକାତା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସ୍ୱାର୍ଥ ପାଇଁ ଲଢେ଼ଇ କରୁଥିବା ନବୀନ କୋଇଲା ରୟାଲିଟିଠାରୁ ଆରମ୍ଭକରି କେନ୍ଦ୍ରୀୟ ଅନୁଦାନ ପ୍ରସଙ୍ଗ ଉଠାଇବେ । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ କିପରି ବିକାଶମୂଳକ କାର୍ଯ୍ୟକ୍ରମ ଆଗେଇବ ତା’ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍‌ନା କରୁଛି । ୨୦୦୦ରୁ ୨୦୨୨ ମଧ୍ୟରେ ରାଜ୍ୟ ୮ରୁ ଊଦ୍ଧ୍ୱର୍ ବାତ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଚାରୋଟି ବାତ୍ୟା ଲ୍ୟାଣ୍ଡଫଲ କରିଛି । ଏହାକୁ ସଫଳତାର ସହ ମଧ୍ୟ ରାଜ୍ୟ ମୁକାବିଲା କରିଛି । ତେଣୁ କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ଦୀର୍ଘମିଆଦି ଯୋଜନାରେ ସ୍ଥାୟୀ ମୁକାବିଲା ଉପରେ ଓଡ଼ିଶା ଦାବି କରିଆସୁଛି । ତେଣୁ କେନ୍ଦ୍ର ସରକାର ଏସବୁ ପ୍ରତି ଦୃଷ୍ଟି ଦେବା ପାଇଁ ବୈଠକ ପୂର୍ବରୁ ଦାବି ହେଉଛି ।

Leave A Reply

Your email address will not be published.