ଗୃହମନ୍ତ୍ରୀଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଗୋଟିଏ ଦେଶ, ଗୋଟିଏ ପୋଲିସ୍‌ ପୋଷାକ

0 63

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ପୁଲିସ ପାଇଁ ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମର ପ୍ରସ୍ତାବ ଦେଇଛନ୍ତି । ଯାହା ବିଜେପି ସରକାରଙ୍କ
“ଏକକ’ ବିଚାରଧାରାର ଅନ୍ୟତମ ଆଭିମୁଖ୍ୟକୁ ଦର୍ଶାଉଛି । ସେ କହିଛନ୍ତି ଯେ, ଏହା କେବଳ ଏକ ଆଇଡିଆ । କିନ୍ତୁ ବାଧ୍ୟତାମୂଳକ ନୁହଁ । ଏହି ପ୍ରସ୍ତାବ ଉପରେ ରାଜ୍ୟମାନଙ୍କୁ ଚିନ୍ତା କରିବାକୁ ସେ କହିଥିଲେ । ପୁଲିସ ପାଇଁ ଗୋଟିଏ ନେସନ୍‌, ଗୋଟିଏ ୟୁନିଫର୍ମ କେବଳ ଏକ ବିଚାର ମାତ୍ର । ମୁଁ ଏହାକୁ ଆପଣଙ୍କ ଉପରେ
ଲଦିବାକୁ ଚେଷ୍ଟା କରୁନାହିଁ । ଏହି ପ୍ରସ୍ତବାକୁ ନେଇ ଆପଣ ବିଚାର କରିପାରିବେ । ହୁଏତ ପରିବର୍ତ୍ତନ ପାଇଁ ୫,୫୦ କିମ୍ବା ୧୦୦ ବର୍ଷ ଲାଗିପାରେ । କିନ୍ତୁ ଏହି ପ୍ରସ୍ତବାକୁ ଆପଣାଇଲେ ମୋ ମତରେ କିଛି ସମସ୍ୟା ନାହିଁ ବୋଲି ସେ କହିଛନ୍ତି । ରାଜ୍ୟ ଗୃହମନ୍ତ୍ରୀଙ୍କ ଚିନ୍ତନ ଶିବିରକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ସାରା ଦେଶରେ ପୋଲିସର ପରିଚୟ ସମାନ ହେବା ଆବଶ୍ୟକ । ସେହିପରି ଦେଶରେ ୟୁନିଫର୍ମ ଲ’ ସପକ୍ଷରେ ଅମିତ ଶାହ ଆଣିଥିବା ପ୍ରସ୍ତାବକୁ ମୋଦି ମଧ୍ୟ ସମର୍ଥନ କରିଛନ୍ତି । ଭିଡିଓ
କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଇନ-ଶୃଙ୍ଖଳା ରକ୍ଷା ରାଜ୍ୟମାନଙ୍କର ଦାୟିତ୍ତ୍ୱ ହେଲେ ବି ତାହା ଦେଶର ଏକତା ଓ ଅଖଣ୍ଡତା ସହ ସମ୍ପୃକ୍ତ ରହିଛି । ଉପାୟ କରି ସମସ୍ୟା ସମାଧାନ କରିବା ନିମନ୍ତେ ହରିୟାଣାର ସୂରଜକୁଣ୍ଡରେ ଚାଲିଥିବା ଏହି ଅଧିବେଶନ ହେଉଛି ସମବାୟ ସଙ୍ଘବାଦର ଚମକ୍ରାର ଦୃଷ୍ଟାନ୍ତ । ସେ କହିଛନ୍ତି, ରାଜ୍ୟମାନେ ପରସ୍ପରଠାରୁ ଶିଖି ପାରିବେ, ପରସ୍ପରଠାରୁ ପ୍ରେରଣା ପାଇ ପାରିବେ ଏବଂ ଦେଶର ଉନ୍ନତି ପାଇଁ ଏକତ୍ର ହୋଇ କାମ କରିବେ । ଏହା ହେଉଛି ଆମ ସମ୍ବିଧାନର ଭାବଧାରା ଓ ନାଗରିକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅପରାଧ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ କ୍ଷେତ୍ରକୁ ବ୍ୟାପୁ ଥିବାରୁ ଆଇନ-ଶୃଙ୍ଖଳା ଗୋଟିଏ ରାଜ୍ୟ ମଧ୍ୟରେ ସୀମିତ ନୁହେଁ । ସୀମାପାରିରୁ ଅପରାଧି ମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁ ଥିବାରୁ ରାଜ୍ୟ ଓ କେନ୍ଦ୍ରୀୟ ଆଇନ ପ୍ରଣୟନ ଏଜେନ୍‌ସି ମାନଙ୍କର ସମନ୍ୱୟ ଆବଶ୍ୟକ ।

Leave A Reply

Your email address will not be published.