ବିଷାକ୍ତ ହେଉଛି ଯମୁନା ଜଳ

0 68

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢ଼ୁଛି ପ୍ରଦୂଷଣ । ବିଷାକ୍ତ ହେଉଛି ଯମୁନା ନଦୀ । ଯମୁନା ନଦୀରେ ବିଷାକ୍ତ ଫେଣ ଭାସୁଥିବାର ଦେଖାଯାଇଛି । ପ୍ରତିବର୍ଷ ଠିକ୍‌ ଏହି
ସମୟରେ ହିଁ ନଦୀରେ ଏଭଳି ବିଷାକ୍ତ ଫେଣ ଦେଖିବାକୁ ମିଳେ । ଏହି ଫେଣ ବଡ଼ ବଡ଼ ବରଫ ଖଣ୍ଡର ଭ୍ରମ ସୃଷ୍ଟି କରୁଛି । ପ୍ରଦୂଷଣ ସାଙ୍ଗକୁ ଜଳ ମଧ୍ୟ ଦୂଷିତ ହୋଇଗଲାଣି । ନଦୀକୁ ଦିଲ୍ଲୀ ସହରର ଆବର୍ଜନା ଅଧିକ ମାତ୍ରାରେ ପ୍ରବେଶ କରୁଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି ବୋଲି କହିଛନ୍ତି ପରିବେଶବିତ୍‌ । ନଦୀରୁ ଫେଣ କମାଇବାକୁ ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ କେମିକାଲ ସିଞ୍ଚନ କରାଯାଇଛି । ଛଟ ପୂଜା ଆରମ୍ଭ ହୋଇଯାଇଥିବାରୁ ଆଜି ଯମୁନା ନଦୀର ସେହି ଦୂଷିତ ପାଣିରେ ଶହ ଶହ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ସେପଟେ ଦୀପାବଳି ପରେ ଜହର ପାଲଟିଛି ଦିଲ୍ଲୀ ପବନ । ଚାରିଆଡେ କୁହୁଡ଼ି ଭଳି ଆସ୍ତରଣ ଦେଖାଯାଉଥିବା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗୁଛନ୍ତି ରାଜଧାନୀ ବାସିନ୍ଦା ।

Leave A Reply

Your email address will not be published.