ଉଠୁଛି ପଡ଼ୁଛି ଧାମନଗର: ବିଜେଡିର ମଙ୍ଗ ଧରିଛନ୍ତି ମହିଳା ସୋମବାର ୧୩ଟି ସଭାରେ ଉଦ୍‌ବୋଧନ ଦେବେ ନବୀନ

0 61

ଭୁବନେଶ୍ୱର, ୨୯ା୧୦(ଡିକେ ନ୍ୟୁଜ): ଧାମନଗରରେ ଜମୁଛି ପ୍ର·ର । ଧାମନଗର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ର·ରପ୍ରସାର ଚଳାଇଛନ୍ତି । ଷ୍ଟାର୍‌
ପ୍ର·ରକମାନେ ମଧ୍ୟ ନିଜ ଦଳୀୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ପ୍ରଚାରରେ ଆଗୁଆ ଥିବା ବିଜେଡିର ମଙ୍ଗ ଧରିଛନ୍ତି ମହିଳାମାନେ । ମା’ମାନେ ରାଜ୍ୟ ସରକାରଙ୍କ ବିକାଶମୂଳକ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି । ସ୍ୱାସ୍ଥ୍ୟସେବା, ସ୍କୁଲ ରୂପାନ୍ତରୀକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାସନ କାର୍ଡ ଓ ବିଭିନ୍ନ ଭତ୍ତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ଜନ୍ମରୁ ଜୁଇ ଯାଏ ସରକାର କରୁଥିବା ସହଯୋଗର ବାର୍ତ୍ତାକୁ ମଧ୍ୟ କହୁଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡରେ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ପ୍ର·ର କରିବେ । ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧ ତାରିଖ ଅପରାହ୍ନ ୪.୩୦ରେ ଭର୍ଚୁଆଲ୍‌ ମୋଡରେ ପ୍ର·ରରେ ଯୋଗଦେବେ । ଏହା ସଙ୍ଗରେ ୧୩ଟି ସଭାରେ ମୁଖ୍ୟମନ୍ତ୍ରୀ ଧାମନଗରବାସୀଙ୍କୁ ସମ୍ବୋଧନ କରିବେ । ତିହିଡି ଓ ଧାମନଗର ଏନ୍‌ଏସିର ୧୩ଟି ସ୍ଥାନରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ମାରାଥନ ପ୍ର·ରକୁ ନେଇ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ସୂଚନା ଦେଇଛନ୍ତି । ଧାମନଗର ଉପନିର୍ବାଚନରେ ୨୦୨୦ରେ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ଝଲକ ଦେଖିବାକୁ ମିଳିବ । ସେହି ଦୁଇ ନିର୍ବାଚନରେ ଅକ୍ଟୋବର ୩୧ରେ ଭର୍ଚୁଆଲ୍‌ ପ୍ର·ର କରିବା ଭଳି ଚଳିତ ମାସ ୩୧ ତାରିଖରେ ଭର୍ଚୁଆଲ୍‌ ପ୍ର·ର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦ ନଭେମ୍ବର ୩ରେ ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ହୋଇଥିଲା । ଦୁଇବର୍ଷ ତଳେ ଅକ୍ଟୋବର ୩୧ରେ ଭର୍ଚୁଆଲ୍‌ ପ୍ର·ର କରିଥିଲେ ମୁଖ୍ୟମନ୍ତ୍ରୀ । ଏବେ ଦୁଇ ବର୍ଷ ପରେ ପୁଣି ଇତିହାସ କଡ଼ ଲେଉଟିବ । ସେହି ସମାନ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଧାମନଗର ଉପନିର୍ବାଚନରେ ଭର୍ଚୁଆଲ୍‌ ପ୍ର·ର କରିବେ । ବିଜେଡି ପୂର୍ବରୁ ଲଢ଼ିଥିବା ସମସ୍ତ ଉପନିର୍ବାଚନ ଜିତିବା ଭଳି ଏହି ନିର୍ବାଚନରେ ମଧ୍ୟ ବହୁ ଭୋଟରେ ଜିତିବ । ସମସ୍ତ ଶ୍ରେୟ ଦଳର ମୁଖିଆ ନବୀନଙ୍କର ବୋଲି ବରିଷ୍ଠ ନେତା କହିଛନ୍ତି ।

Leave A Reply

Your email address will not be published.