ଅଫିସିଆଲ ସିକ୍ରେଟ ଆକ୍ଟରେ ଆସୁନାହିଁ ପୋଲିସ ଷ୍ଟେସନ

0 72

ମୁମ୍ବାଇ: ଅଫିସିଆଲ ସିକ୍ରେଟ ଆକ୍ଟରେ ଆସୁନାହିଁ ପୋଲିସ ଷ୍ଟେସନ । ଅଫିସିଆଲ ସିକ୍ରେଟ କହି ପୁଲିସ ଷ୍ଟେସନକୁ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧାଞ୍ଚଳ କହି ପାରିବ ନାହିଁ । ଥାନାରେ ଏକ ଭିଡିଓ ରେକର୍ଡିଂ ମାମଲାକୁ ନେଇ ଏହା କହିଛନ୍ତି ବମ୍ବେ ହାକୋର୍ଟର ନାଗପୁର ବେଞ୍ଚ । ବମ୍ବେ ହାଇକୋର୍ଟର ଏକ ଡିଭିଜନ ବେଞ୍ଚର ଜଷ୍ଟିସ୍‌ ମନିଶ ପିଟାଲେ ଏବଂ ବାଲ୍ମିକୀ ମେଞ୍ଜେଜ୍‌ ଶୁଣାଣି କରି ରବୀନ୍ଦ୍ର ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଗ୍ରହଣ କରି ପୁଲିସ ଲଗାଇଥିବା ଅଫିସିଆଲ ସିକ୍ରେଟ ଆକ୍ଟକୁ ଖାରଜ କରିଦେଇଛନ୍ତି । ୨୦୧୮ରେ ରବୀନ୍ଦ୍ର ପୁଲିସ ଷ୍ଟେସନରେ ଜଣେ ଭିଡିଓ ରେକଡ଼ିଂକୁ ନେଇ ଅଫିସିଆଲ ସିକ୍ରେଟ ଆକ୍ଟ(ଓଏସଏ) ଅନୁଯାୟୀ ପୁଲିସ ତାଙ୍କୁ ଗିରଫ କରିଥିଲା । ଏହାର ପ୍ରତିବାଦରେ ଉପାଧ୍ୟାୟ ହାଇକୋର୍ଟ ଯାଇଥିଲେ । ଯାହାକୁ ଯୁକ୍ତିଯୁକ୍ତ କହି କୋର୍ଟ ପୁଲିସ ମାମଲାକୁ ଖାରଜ କରି ଦେଇଛନ୍ତି । କୋର୍ଟ ଓଏସଏର ଧାରା ୩ ଓ ଧାରା ୨(୮)ର ଉଦାହରଣ ଦେଇ, ପୋଲିସ ଥାନା ଏହି ଅଧିନିୟମରେ ବିଶେଷ ରୂପେ ଉଲ୍ଲେଖିତ ନିଷିଦ୍ଧ ସ୍ଥାନ ନୁହେଁ ବୋଲି କହିଛନ୍ତି । ତେବେ କୋର୍ଟ ସରକାରୀ ଗୋପନୀୟତା ଅଧିନିୟମ ଧାରା ୨(୮) ନିଷିଦ୍ଧ ସ୍ଥାନର ଯେଉଁ ପରିଭାଷା ଦିଆଯାଇଛି ତାହା ପ୍ରାସଙ୍ଗିକ ବୋଲି କହିଛନ୍ତି । ସୂଚନା ଅନୁଯାୟୀ, ରବିନ୍ଦ୍ର ଉପାଧ୍ୟାୟ ତାଙ୍କ ପଡୋଶୀଙ୍କ ସହିତ ହୋଇଥିବା ବିବାଦ ଯୋଗୁ ପତ୍ନୀଙ୍କ ସହ ୱାର୍ଦ୍ଧା ଥାନାକୁ ଯାଇଥିଲେ । ଉପାଧ୍ୟାୟ ପଡେ଼ାଶୀଙ୍କ ବିରୋଧରେ ଏକ ଏତଲା ଦେଇଥିଲେ । ସେଠାରେ ଉପାଧ୍ୟାୟଙ୍କ ବିରୋଧରେ ମଧ୍ୟ ଏକ ଏତଲା ରୁଜୁ ହୋଇଥିଲା । କାରଣ ଏହି ସମୟରେ ଉପାଧ୍ୟାୟ ପୋଲିସ ଥାନାରେ ହେଉଥିବା ଚର୍ଚ୍ଚାକୁ ତାଙ୍କ ମୋବାଇଲ ଫୋନରେ ଭିଡିଓ ରେକର୍ଡିଂ କରୁଥିବା ପୁଲିସ ଅନୁଭବ କରିଥିଲା । ଏଥିରେ ପୋଲିସ ଉପାଧ୍ୟାୟଙ୍କ ଅଭିଯୋଗକୁ ରଦ୍ଦ କରିବା ସହ ତାଙ୍କ ବିରୋଧରେ ଗୋପନୀୟତା ଅଧିନିୟମ ଆଇନ ଧାରାରେ ଥାନାରେ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା ।

Leave A Reply

Your email address will not be published.