ସାମୁଦ୍ରିକ ଝଡ଼ରେ ଫିଲିପାଇନ୍ସ ଛିନ୍‌ଛତ୍ର ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି, ଆକାଶମାର୍ଗରୁ ରାଷ୍ଟ୍ରପତିଙ୍କ ସ୍ଥିତି ସମୀକ୍ଷା

0 45

ମାନିଲା: ଭୟଙ୍କର ସାମୁଦ୍ରିକ ଝଡ଼ ନାଲଗାଏରେ କ୍ଷତିଗ୍ରସ୍ତ ହୋଇଛି ଫିଲିପାଇନ୍ସ । ଏଥିରେ ମୃତ୍ୟୁ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି । ତେବେ ଆଜି ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି ଫେର୍ଡିନାଣ୍ଡ ମାର୍କୋସ ଜୁନିୟର । ହେଲିକପ୍ଟର ଯୋଗେ ସେ ବ୍ୟନ୍ୟାଞ୍ଚଳ ବୁଲି ଦେଖିବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି । ଦେଶର ଦକ୍ଷିଣ ସ୍ୱାୟତ ଅଞ୍ଚଳ ବାଂଗସମୋରରେ ଅଧାରୁ ଅଧିକ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଓ ମାଟି ଅତଡ଼ା ଖସିବା ଯୋଗୁ ଅଧିକ ଜୀବନ ଯାଇଥିବା ଫିଲିପାଇନ୍ସ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛି । ୯୮ ମୃତ୍ୟୁ ପରେ ୬୩ ଲୋକେ ନିଖୋଜ ଥିବା ବେଳେ ୬୯ ଲୋକ ଆହତ ହୋଇଛନ୍ତି ବୋଲି ବିଭାଗ କହିଛି । କେବଳ ବାଂଗସମୋର ଅଞ୍ଚଳରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଲୋକ ନିଖୋଜ ଅଛନ୍ତି । ଝଢ଼ରେ ବର୍ଷା ପବନ ଯୋଗୁ ୭୫୭.୮୪ ମିଲିୟନ ପେସସ(ଫିଲିପାଇନ୍ସ) ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି । ସେହିପରି ୪୩୫.୪୬ ମିଲିୟନ ପେସସ ମୂଲ୍ୟର କୃଷିଜାତ ଦ୍ରବ୍ୟ ନଷ୍ଟ ହୋଇଛି । ସୂଚନା ଥାଉକି, ପ୍ରାୟ ପ୍ରତି ବର୍ଷ ଫିଲିପାଇନ୍ସ ଦ୍ୱୀପସମୂହରେ ପାଖାପାଖି ୨୦ଟି ଝଡ଼ ଆସିଥାଏ । ଫିଲିପିନ୍ସ ପ୍ରଶାନ୍ତ ମହାସାଗରର ରିଙ୍ଗ ଅଫ୍‌ ଫାୟାର ଅଞ୍ଚଳ ଭିତରେ ରହିଛି । ଏହା ଏମିତି ଏକ ଅଞ୍ଚଳରେ ରହିଛି ଯେଉଁଠି ଅଧିକାଂଶ ଅଗ୍ନେୟ ଉଦଗିରଣ ହୁଏ ଓ ଭୂମିକମ୍ପ ହୋଇଥାଏ । ଏଥିପାଇଁ ଫିଲିପାଇନ୍ସ ବିଶ୍ୱର ସବୁଠାରୁ ପ୍ରକୃତିକ ବିପଦପ୍ରବଣ ଦେଶ ବୋଲି କୁହାଯାଇଥାଏ ।

Leave A Reply

Your email address will not be published.