ଶିଶୁଙ୍କ କଲ୍ୟାଣ ପାଇଁ ସରକାର ସଂକଳ୍ପବଦ୍ଧ

0 66

ଭୁବନେଶ୍ୱର, ୧ା୧୧(ଡିକେ ନ୍ୟୁଜ): ରାଜ୍ୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ କାମ କରୁଥିବା ରାଜ୍ୟ ଆୟୋଗର ପ୍ରତିଷ୍ଠା ଦିବସକୁ ଉଦ୍‌ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ କି, ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଦ୍ୱାଦଶ ପ୍ରତିଷ୍ଠା ଦିବସରେ ଆପଣମାନଙ୍କ ସହ ଯୋଗ ଦେଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ଏହାସହ ଆୟୋଗ ଏହାକୁ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ ସହ ପାଳନ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ଏହାସହ କାର୍ଯ୍ୟକ୍ରମର ଆୟୋଜନ କମିଟିକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ
ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି, ପିଲାମାନେ ସମାଜର ଭବିଷ୍ୟତ । ସେମାନେ ଆମର ସାମୂହିକ ଆଶା ଓ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରନ୍ତି । ହସୁଥିବା ପିଲାମାନେ ଆମ ସମାଜକୁ ବହୁ ରଙ୍ଗରେ ରଙ୍ଗେଇ ଥାନ୍ତି ଓ ଏହାର ଜୀବନ୍ତତାକୁ ଚିତ୍ରଣ କରିଥାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହ ଆମ ସମସ୍ତଙ୍କର ପ୍ରୟାସ ପ୍ରତ୍ୟେକ ପିଲାଙ୍କ ମୁହଁରେ ହସ ଆଣିବା ପାଇଁ ହେବା ଆବଶ୍ୟକ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଅବିଭାଷଣରେ କହିଥିଲେ କି ମୋ ସରକାର ପିଲାଙ୍କ କଲ୍ୟାଣ ପାଇଁ ଆନ୍ତରିକ ପ୍ରୟାସ କରିଆସୁଛି । ଏନେଇ ସରକାରଙ୍କ ତରଫରୁ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାପନ କରୁଛି । ଏହାସହ ଆମେ ଏକ ଏମିତି ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛୁ ଯେଉଁଠି ପ୍ରତ୍ୟେକ ପିଲା ସେମାନଙ୍କର ପୂର୍ଣ୍ଣ ସମ୍ଭାବନା ପର୍ଯ୍ୟନ୍ତ ବଢିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ କଟକରେ ଉକ୍ରଳ ବାଳାଶ୍ରମ କୋଠାର ନିର୍ମାଣ ପାଇଁ ୩.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେପଟେ ପିଲାମାନଙ୍କର ଅଧିକାର ଓ ସୁରକ୍ଷା କ୍ଷେତ୍ରରେ ଓଏସ୍‌ପିସିଆର ଆନ୍ତରିକତାର ସହ କାର୍ଯ୍ୟ କରୁଥିବା କଥା ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.