ଆଜି ଧାମନଗର ଅଗ୍ନି ପରୀକ୍ଷା

0 64

ଭୁବନେଶ୍ୱର, ୨ା୧୧(ଡିକେ ନ୍ୟୁଜ): ଆଜି ଧାମନଗର ଅଗ୍ନିପରୀକ୍ଷା । ଭୋଟର କରିବେ ପ୍ରାର୍ଥୀଙ୍କ ଏସିଡ୍‌ ଟେଷ୍ଟ । ସଭା, ଶୋଭାଯାତ୍ରା ଓ ମାରାଥନ ପ୍ରଚାର ସରିଲା । ଏବେ ଲୋକେ ଶୁଣାଇବେ ରାୟ । ୩୨ବର୍ଷ ପରେ ଧାମନଗରରେ ହେଉଛି ଉପନିର୍ବାଚନ । ପ୍ରଶାସନ ଓ ବୁଥ୍‌ ପ୍ରସ୍ତୁତ । ମତଦାନ ପାଇଁ ଭୋଟର ବି ରେଡ୍ଡି । ୨ଲକ୍ଷ ୩୮ ହଜାର ୪୧୭ଜଣ ଭୋଟର ବାଛିବେ ନୂଆ ବିଧାୟକ । ୨୫୨ଟି ବୁଥ୍‌ରେ ହେବ ଭୋଟ ଗ୍ରହଣ । ଏଥିରେ ୫ଟି ପିଙ୍କ ବୁଥ୍‌ ଥିବାବେଳେ ୨୦ଟି ଆଦର୍ଶ ବୁଥ୍‌ ରହିଛି । ଏସବୁ ବୁଥ୍‌କୁ ପୋଲିଂ ପାର୍ଟି, ଇଭିଏମ୍‌, ଭିଭିପାଟ୍‌ ପହଞ୍ôଚ ସାରିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି । ସମୁଦାୟ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମତଦାନ ସଂପର୍କିତ ସମସ୍ତ ସୂଚନା ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଗତକାଲି ପ୍ର·ର ସରିଛି । ବର୍ତ୍ତମାନ “ସାଇଲେଣ୍ଟ ପିରିୟଡ଼’ ·ଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି । ଆସନ୍ତାକାଲି ସକାଳ ୭ରୁ ୬.୩୦ ପର୍ଯ୍ୟନ୍ତ ସମସ୍ତ ଏକ୍‌ଜିଟ୍‌ ପୋଲକୁ ନିଷେଧ କରାଯାଇଛି । ବୁଥ୍‌ର ୧୦୦ ମିଟର ମଧ୍ୟରେ କେହି ବି ବିଚରଣ ତଥା କଥାବାର୍ତ୍ତା ହୋଇପାରିବେ ନାହିଁ । ଯଦି କେହି ନିୟମ ଉଲ୍ଲଂଘନ କରେ ତେବେ ତାଙ୍କୁ ଗିରଫ କରାଯିବ । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡ଼କ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ମତଦାତା । ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ । ଧାମନଗରରେ ମୋଟ ୨୫୨ ବୁଥ୍‌ କରାଯାଇଛି । ସେ ମଧ୍ୟରୁ ୧୧୦ ସମ୍ବେଦନଶୀଳ ବୁଥ୍‌ ରହିଛି । ଆଉ ସେଥି ମଧ୍ୟରୁ ୧୨୬ଟିର ୱେବକାଷ୍ଟିଂ ହେବ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ୨୫ ଜଣ ମାଇକ୍ରୋ ଅବ୍‌ଜରଭର ରହିଛନ୍ତି । ୧୫ଟି ମଡେଲ ବୁଥ୍‌ ଓ ୫ଟି ପିଙ୍କ ବୁଥ୍‌ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି । ୪ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ୩ଟି ରାଜନୈତିକ ଦଳ ପ୍ର·ର ସମୟରେ କିଛି ଅଭିଯୋଗ ଆଣିଥିଲେ । ସାଧାରଣ ଅଭିଯୋଗ ପାଇଁ ଆମେ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶିକା ଦେଇଛୁ । ୫ଟି ଘଟଣାରେ ପୋଲିସ କେସ୍‌ ହୋଇଛି । ଆଉ ଗୋଟିଏ ମାମଲାରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା ଆମେ ତାକୁ ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛୁ ବୋଲି ଶ୍ରୀ ଲୋହାନି କହିଛନ୍ତି । ସବୁକିଛି ଠିକ୍‌ଠାକ୍‌ ଅଛି କି ନାହିଁ ତାକୁ ପରଖିବା ପାଇଁ ସକାଳ ୫ଟା ମକ୍‌ପୋଲ୍‌ କରାଯିବ । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ନିର୍ବାଚନ ମଣ୍ଡଳୀ ମୋଟ ୧୩ଟି ଚେକ୍‌ ପଏଣ୍ଟରେ ଚେକିଂ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ସନ୍ଧ୍ୟା ୬ଟାରେ ମତଦାନ ସରିବ । ତେବେ ସନ୍ଧ୍ୟା ସାଢେ଼ ୬ଟା ଯାଏ କୌଣସି ଏକ୍‌ଜିଟ୍‌ ବା ଓପନିୟନ ପୋଲ କରାଯାଇପାରିବ ନାହିଁ ବୋଲି ଶ୍ରୀ ଲୋହାନି କହିଛନ୍ତି ।

Leave A Reply

Your email address will not be published.