୨୩ରୁ ମାଟ୍ରିକ ସମ୍ମେଟିଭ-୧

0 73

ଭୁବନେଶ୍ୱର,୪ା୧୧(ଡିକେ ନ୍ୟୁଜ): ଆସନ୍ତା ନଭେମ୍ବର ୨୩ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମ୍ମେଟିଭ୍‌ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଆଜି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ତେବେ ନଭେମ୍ବର ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ଏବଂ ଏହାପରେ ଥିଓରି ପରୀକ୍ଷା ହେବ । ଅପରପକ୍ଷରେ ଆଜିଟାରୁ ବୋର୍ଡର ୱେବସାଇଟରୁ ଆଡମିଟ କାର୍ଡ ଛାତ୍ରଛାତ୍ରୀମାନେ ଡାଉନଲୋଡ କରିପାରିବେ ବୋଲି ସୂଚନା ପ୍ରଦାନ କାଯାଇଛି । ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ ନଭେମ୍ବର ୨୩ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ । ଏହି ପରୀକ୍ଷା ୨୩ରୁ୩୦ ତାରିଖ ପର୍ଯ୍ୟନ୍ତ ·ଲିବ । ଏଥର ମୋଟ ୫ଲକ୍ଷ ୩୨ହଜାର ୭୧୨ଜଣ ଛାତ୍ରଛାତ୍ରୀ ସମ୍ମେଟିଭ ପରୀକ୍ଷା ଦେବେ । ୩୦୨୯ଟି ସେଣ୍ଟରରେ ଏହି ପରୀକ୍ଷା ଅନୁଷ୍ଠିତ ହେବୟ ୩୨୬ଟି ନୋଡାଲ ସେଣ୍ଟରରେ ରହିବ ପ୍ରଶ୍ନପତ୍ର; ଯେଉଁଠାରୁ ପ୍ରତି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ
ଅତିରିକ୍ତ ସମୟ ମିଳିବ । କପି ରୋକିବା ପାଇଁ ୩୬ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ଗଠନ ହୋଇଛି । ଏଥିସହ ୭୪ଟି ଡିଇଓସ୍ତରୀୟ ସ୍କ୍ୱାଡ ଗଠନ ପାଇଁ ନିର୍ଦେଶ ଦିଆଯାଇଛି । ମାଟ୍ରିକ ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ କାର୍ଡ ମିଳିବ । ଆଜିଠୁ ବୋର୍ଡ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ମଧ୍ୟମା ଓ ଓପନ ସ୍କୁଲ ପାଇଁ ୧୭ତାରିଖରୁ ମିଳିବ ଆଡମିଟ କାର୍ଡ । ନଭେମ୍ବର ୧୧ରୁ ଆରମ୍ଭ ହେବ ପ୍ରାକ୍ଟିକାଲ । ୧୦୧୨ଟି ସ୍କୁଲରେ ନଭେମ୍ବର ୧୨ ପର୍ଯ୍ୟନ୍ତ ·ଲିବ ପ୍ରାକ୍ଟିକାଲୟ ମାଓ ଅଞ୍ଚଳରେ ଥାନାରେ ନୋଡାଲ ସେଣ୍ଟର । ମାଓ ପ୍ରଭାବିତ ଅଞ୍ଚଳରେ ମାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ପରୀକ୍ଷାୟ ୩ଟି ଜିଲାର ବିଭିତ୍ତ ପୁଲିସ ଷ୍ଟେସନରେ ୨୨ଟି ନୋଡାଲ ସେଣ୍ଟର ହୋଇଛି । ମାଲକାନଗିରି ଥାନାରେ
ସର୍ବାଧିକ ୧୦ଟି ନୋଡାଲ ସେଣ୍ଟର । କନ୍ଧମାଳରେ ୭ ଓ କୋରାପୁଟରେ ୫ଟି ନୋଡାଲ ସେଣ୍ଟର ହୋଇଛି ।

Leave A Reply

Your email address will not be published.