ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ

0 63

ନୂଆଦିଲ୍ଲୀ ,୪ା୧୧: ବିଷ ବଳୟରେ ଦେଶର ରାଜଧାନୀ । ଗ୍ୟାସ୍‌ ଚାମ୍ବର ଭିତରେ ଆକ୍ତାମାକ୍ତା ଦିଲ୍ଲୀ ବାସୀ । ସିଭିୟର କେଟେଗୋରୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୫ଶହ ଅତିକ୍ରମ କରିଛି । ରାସ୍ତାଘାଟ, ଲାଇଟ୍‌ ପୋଷ୍ଟ, କୋଠାବାଡ଼ି ସବୁକିଛି ଅସ୍ପଷ୍ଟ । ୫ଶହ ପ୍ରତିଶତ ସରକାରୀ କର୍ମଚାରୀ ୱାର୍କ ଫ୍ରମ ହୋମ୍‌ରେ ରହି କାମ କରିବେ । ଅଣ ବିଏସ୍‌-୬ ଡିଜେଲ ଚାଳିତ ହାଲୁକା ଯାନ ଉପରେ ଜାରି କରାଯାଇଛି ନିଷେଧ୍ୟାଦେଶ । ପର୍ଯ୍ୟାବରଣ ବସ୍‌ ଦେବାରେ ୫୦୦ଟି ସିଏନ୍‌ଜି ଚଳିତ ବସ୍‌ ସାମିଲ ହେବ ବୋଲି କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଆସନ୍ତା କାଲିଠାରୁ ବନ୍ଦ ରହିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ । ନୋଇଡ଼ାରେ ଅନ୍‌ ଲାଇନ୍‌ କ୍ଲାସ ଲାଗି ବି ଦିଆଯାଇଛି ନିର୍ଦ୍ଦେଶ । ଖୁବ୍‌ଶୀଘ୍ର ଗାଡ଼ି ଗୁଡ଼ିକ ଲାଗି ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦିଲ୍ଲୀର ସମସ୍ୟା ଲାଗି ନିଜ ଉପରକୁ ନେଇଛନ୍ତି ଦାୟିତ୍ୱବୋଧ । ଦିଲ୍ଲୀ ପଡୋଶୀ ଅଞ୍ଚଳରେ ଜାରି ରହିଛି ନଡ଼ା ପୋଡ଼ି । ବାୟୁର ଗତି ସ୍ତିର ଥିବାବେଳେ ଧୂଆ ଓ ଧୂଳିକଣାରେ ନୟାନ୍ତ ହେଲେଣି ଦିଲ୍ଲୀବାସୀ । ଏହା ପ୍ରଭାବରେ ଦିଲ୍ଲୀବାସୀ ନାନାଦି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସୁପ୍ରିମକୋର୍ଟକୁ ଏହି ପ୍ରଦୂଷଣ ମାମଲା ଯାଇଛି । ଦିନକୁ ଦିନ ପ୍ରଦୂଷଣ ବିପଦ
ଘନଉଥିବାରୁ ଏହାକୁ ରୋକିବା ଲାଗି ସବୁ କାରଖାନା ଓ ନିର୍ମାଣସ୍ଥଳୀକୁ ବନ୍ଦ କରାଯାଇଛି । ଡିଜେଲ ଚାଳିତ ଯାନ ଉପରେ କଟକଣା ଜାରି ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ଅଡ୍‌-ଇଭିନ୍‌ ଲାଗୁ କରିବା ଉପରେ ମଧ୍ୟ ବି·ର କରାଯାଉଛି । ପ୍ରଦୂଷଣ କେବଳ ଦିଲ୍ଲୀର ସମସ୍ୟା ନୁହେଁ, ବରଂ ହରିୟାଣା, ୟୁପି ସମେତ ପୂରା ଉତ୍ତର ଭାରତରେ ବାୟୁର ଗୁଣାବତ୍ତା ଖରାପ ରହିଛି । ଏହା ଜଣେ ଆଉ ଜଣଙ୍କ ଉପରେ ଅଭିଯୋଗ ଲଗାଇବାର ବେଳ ନୁହେଁ । କେନ୍ଦ୍ରକୁ ଆଗକୁ ଆସି ପଦକ୍ଷେପ ଉଠାଇବାକୁ ହେବ, ଯେଉଁଥିରେ ଉତ୍ତର ଭାରତକୁ ଏଥିରୁ ରକ୍ଷା କରାଯାଇ ପାରିବ । କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନର ନେତୃତ୍ୱ ନିଅନ୍ତୁ । ଏହି ପ୍ରସଙ୍ଗ ଉପରେ ଏକ ମିଳିବ ବୈଠକ ହେବା ଉଚିତ୍‌ । ସୂଚନାଯୋଗ୍ୟ ଯେ, ଦିଲ୍ଲୀଏନ୍ସିଆରରେ ପ୍ରଦୂଷଣ ବୃଦ୍ଧିକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ ଗ୍ରାପ୍‌ ଷ୍ଟାଗ୍‌ ୩ର ନିୟମ ଲାଗୁ ହୋଇଯାଇଛି । ଏହା ଅଧୀନରେ ଦିଲ୍ଲୀରେ କୋଠାବାଡ଼ି ସମେତ ବିଭିନ୍ନ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦିଆଯାଇଛି । କନ୍‌ଷ୍ଟ୍ରକସନ୍‌ କାର୍ଯ୍ୟ ବନ୍ଦ ହେବା ଦ୍ୱାରା ହଜାର ହଜାର ଲୋକ ହଠାô ବେରୋଜଗାର ହୋଇଯାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.