୧୩୦ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

0 72

ଭୁବନେଶ୍ୱର, ୫ା୧୧(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ଟି ବୋର୍ଡ ସ୍ପେଶାଲିଟି ବିଭାଗରେ ୧୩୦ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା ସମ୍ବର୍ଗ (ଓଏମ୍‌ଇଏସ୍‌ କ୍ୟାଡର)ର ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି । ଏହି ନିଯୁକ୍ତି ପାଇଁ ଓଡିଶା ଲୋକ ସେବା ଆୟୋଗ ସୁପାରିସ୍‌ କରିଥିଲେ । ଏଥିପୂର୍ବରୁ ଗତ ସେପ୍ଟେ୍‌ବର ଓ ଅକ୍ଟୋବର ମାସରେ ୭ଟି ବୋର୍ଡ ସ୍ପେଶାଲିଟି ବିଭାଗରେ ୬୫ ଜଣ ଓଏମଇଏସ୍‌ କ୍ୟାଡର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହାଫଳରେ ୨୦୨୨ ବର୍ଷରେ ମୋଟ ୧୬ଟି ବିଭାଗରେ ୧୯୫ ଜଣ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଛନ୍ତି । ଏହି ବିଭାଗ ଗୁଡିକ ହେଲା ଭେଷଜ, ଶାରୀରିକ ଭେଷଜ ଓ ଥଇଥାନ, ଶରୀର ଗଠନ, ଯକ୍ଷ୍ମା ଓ ଛାତି ରୋଗ, ଚକ୍ଷୁରୋଗ, ଶରୀରତତ୍ତ୍ୱ, ରକ୍ତ ସଂଚାଳନ ଭେଷଜ, ଶଲ୍ୟ ଚିକିତ୍ସା, ଶିଶୁରୋଗ, ଗୋଷ୍ଠୀ ଭେଷଜ, ପ୍ରସୂତି ଓ ସ୍ତ୍ରୀ ରୋଗ, ନିଦାନ, ଚର୍ମ ଓ ଯୌନ ରୋଗ, ନିଶ୍ଚେତକ, ଅଣୁଜୀବ ବିଜ୍ଞାନ ଏବଂ ନୀତି ତାତ୍ୱିକ ଭେଷଜ ଓ ବିଷ ବିଜ୍ଞାନ । ଏହାଦ୍ୱାରା ରାଜ୍ୟର ମେଡିକାଲ କଲେଜରେ
ଶିକ୍ଷାଦାନରେ ଉନ୍ନତି ଆଣିବା ସହିତ ଜନସାଧାରଣଙ୍କୁ ଉଚ୍ଚକୋଟିର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ।

Leave A Reply

Your email address will not be published.